ଖେଳ

Vaibhav: ବୈଭବଙ୍କୁ ଛିଗୁଲେଇ ସୈମ ସମାଲୋଚିତ: ଅହଙ୍କାର ଦେଖାଇଲେ, ମୁହଁତୋଡ଼ ଜବାବ ପାଇଲେ

ଖେଳରେ ଅହଙ୍କାର ନୁହେଁ, ପ୍ରଦର୍ଶନ ହିଁ ଗୁରୁତ୍ବପୂର୍ଣ୍ଣ। ପ୍ରତିପକ୍ଷ ଖେଳାଳିଙ୍କୁ ଆଖି ଦେଖାଇବା, କଟାକ୍ଷ କରିବା ଓ ଅଙ୍ଗଭଙ୍ଗୀ କରି ଉପହାସ କରିବା ଅପେକ୍ଷା ବ୍ୟାଟ୍ ଓ ବଲ୍‌ରେ ଜବାବ ଦେବାକୁ ଉଚିତ...

ନୂଆଦିଲ୍ଲୀ: ଖେଳରେ ଅହଙ୍କାର ନୁହେଁ, ପ୍ରଦର୍ଶନ ହିଁ ଗୁରୁତ୍ବପୂର୍ଣ୍ଣ। ପ୍ରତିପକ୍ଷ ଖେଳାଳିଙ୍କୁ ଆଖି ଦେଖାଇବା, କଟାକ୍ଷ କରିବା ଓ ଅଙ୍ଗଭଙ୍ଗୀ କରି ଉପହାସ କରିବା ଅପେକ୍ଷା ବ୍ୟାଟ୍ ଓ ବଲ୍‌ରେ ଜବାବ ଦେବାକୁ ଉଚିତ ମଣିଛି ଭାରତୀୟ କ୍ରିକେଟ ଦଳ। ଏହାର ଜ୍ୱଳନ୍ତ ଉଦାହରଣ ପୁଣି ଥରେ ଦେଖିବାକୁ ମିଳିଛି ଭାରତ-ପାକିସ୍ତାନ କ୍ରିକେଟ୍ ମହାମୁକାବିଲାରେ। ଚଳିତ ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟ୍‌ ଫାଇନାଲରେ ୧୫ ବର୍ଷୀୟ ଭାରତୀୟ ଯୁବତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍‌ କରିବା ପରେ ପାକିସ୍ତାନ ଅଲ୍‌ରାଉଣ୍ଡର୍‌ ସୈମ୍ ଆୟୁବ ଯେଉଁଭଳି ଶିଶୁକୁ କୋଳରେ ଧରି ଝୁଲାଇବା ଭଳି ଅଙ୍ଗଭଙ୍ଗୀ କରି ଉପହାସ କରିଥିଲେ, ତାଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ଏହାର ଜବାବ ଭାରତୀୟ ଖେଳାଳିମାନେ ପଡ଼ିଆରେ ଦେଇଥିବାବେଳେ ପାକିସ୍ତାନରେ ମଧ୍ୟ ନିଜ ଦଳର ଆଚରଣ ଓ ପ୍ରଦର୍ଶନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅହଙ୍କାର ଦେଖାଇଲେ, ମୁହଁତୋଡ଼ ଜବାବ ପାଇଲେ 
ନିଜ ଦେଶରେ ପାକ୍ ଖେଳାଳିଙ୍କୁ ଗାଳି ଓ ଟ୍ରୋଲ୍

ଫାଇନାଲରେ ବୈଭବ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ୯ଟି ବଲ୍‌ରୁ ୧୫ ରନ୍‌ ସଂଗ୍ରହ କରିଥିଲେ। ତାଙ୍କ ବ୍ୟାଟ୍‌ରୁ ଦୁଇଟି ଛକା ମଧ୍ୟ ବାହାରିଥିଲା। ତେବେ ଆୟୁବଙ୍କ ବଲ୍‌ରେ ବୈଭବ ଆଉଟ ହେବା ପରେ ସୈମ ତାଙ୍କୁ ଶିଶୁ ବୋଲି କଟାକ୍ଷ କରି ଉପହାସ କରିଥିଲେ। ତେବେ ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ଭାରତୀୟ ଦଳର ଅନ୍ୟତମ ଓପନର୍ ଅଭିଷେକ ଶର୍ମା ବ୍ୟାଟ୍‌ରେ ହିଁ ଏହାର ଜବାବ ଦେଇଥିଲେ। ସୈମଙ୍କ ସେହି ଓଭରରେ ହିଁ ଅଭିଷେକ ଚୌକା ଓ ଛକା ବର୍ଷା କରି ପାକିସ୍ତାନୀ ବୋଲରଙ୍କ ଅହଙ୍କାରକୁ ଚୂରମାର କରିଦେଇଥିଲେ। ଭାରତ ୧୯ ରନ୍‌ରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ବି ହାସଲ କରିଥିଲା। ବିଜୟ ପରେ ଭାରତୀୟ ଖେଳାଳିମାନେ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ପୂର୍ବ ଅଙ୍ଗଭଙ୍ଗୀକୁ ମନେ ପକାଇ ସମାନ ଢଙ୍ଗରେ ପାଲଟା ଜବାବ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button