Weather Forecast: ଓଡ଼ିଶାରେ ୧୦ ତାରଖ ଯାଏ ବର୍ଷା ସମ୍ଭାବନା, ୭ ତାରିଖରେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର,୦୫/୧୦: ଆସନ୍ତା ୧୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।
୫ ତାରିଖରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୭ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୮ ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୧୦ ତାରିଖ ଯାଏ ସ୍ଥାନେ ସ୍ଥାନେ ବର୍ଷା ହେବ । ସେପଟେ ଦିନବେଳା ବିଭିନ୍ନ ସ୍ଥାନରେ ତାପମାତ୍ରା ଅଧିକ ଥିବାରୁ ଗରମ ଅନୁଭୂତ ହୋଇଥିଲା ।
ରବିବାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୪ରୁ ୩୫ ଡିଗ୍ରୀ ଉପରେ ଥିଲା । ପୁରୀରେ ୩୬.୨, ଖୋର୍ଦ୍ଧାରେ ୩୬, ଗୋପାଳପୁର ଓ ଝାରସୁଗୁଡ଼ାରେ ୩୫.୪, ପାରାଦୀପରେ ୩୫.୧, ଭୁବନେଶ୍ୱର ଓ ଢେଙ୍କାନାଳରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଛତ୍ରପୁର, ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀରୁ ତାତି ୩୫ ଡିଗ୍ରୀରୁ ଅଧିକ ରହିଥିଲା । ଅନୁଗୁଳରେ ୩୪.୭, ହୀରାକୁଦରେ ୩୪.୬, ବାରିପଦାରେ ୩୪.୫ ଡିଗ୍ରୀ ରେକର୍ଡ ହୋଇଥିଲା ।
ସୌଜନ୍ୟ ପ୍ରମେୟ




