ଜାତୀୟ

ସାଉଦିରେ ଲ୍ୟାଣ୍ଡିଂ ପୂର୍ବରୁ ଯାତ୍ରୀଙ୍କୁ ଘାରିଥିଲା ଗିରଫଦାରି ଭୟ; ଫ୍ଲାଏଦୁବାଇ ବିମାନ ଭିତରର ନୂଆ ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୦୫/୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଏଦୁବାଇ ବିମାନରେ ସେପ୍ଟେମ୍ବର ୩୦ ତାରିଖରେ ଘଟିଥିବା ଭୟଙ୍କର ଘଟଣାକୁ ନେଇ ଏବେ ନୂଆ ଭିଡିଓ ସାମ୍ନାକୁ ଆସିଛି। ଫ୍ଲାଇଦୁବାଇ ଫ୍ଲାଇଟ୍ ୧୦୭୩ ଭିତରର ଏହି ଫୁଟେଜରେ କିଛି ଇସ୍ରାଏଲୀ ଯାତ୍ରୀ ଦେଖାଯାଉଛନ୍ତି, ଯେଉଁମାନେ ଓମାନୀ କୋ-ପାଇଲଟଙ୍କୁ କାବୁ କରିଥିଲେ। ତେବେ ବିମାନଟି ସାଉଦି ଆରବରେ ଜରୁରୀ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କ ମନରେ ଗିରଫ ହେବା ନେଇ ଭୟ ରହିଥିଲା। ଚ୍ୟାନେଲ 12 ର ରିପୋର୍ଟ ଅନୁସାରେ, ସାଉଦି ଆରବରେ ଓହ୍ଲାଇବା ପରେ ସେମାନଙ୍କୁ ଗିରଫ କରାଯାଇପାରେ ଏବଂ ହିଂସା ଘଟଣା ପାଇଁ ଦାୟୀ କରାଯାଇପାରେ ବୋଲି କିଛି ଇସ୍ରାଏଲୀ ଯାତ୍ରୀ ଆଶଙ୍କା କରୁଥିବା କଥା କୁହାଯାଇଛି।

ବିମାନ ଭିତରର ନୂଆ ଭିଡିଓରେ କ’ଣ ରହିଛି?

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓଟି ସେତେବେଳେ ରେକର୍ଡ କରାଯାଇଥିଲା, ଯେତେବେଳେ ଯାତ୍ରୀମାନେ ଅଭିଯୁକ୍ତ ଓମାନୀ କୋ-ପାଇଲଟଙ୍କୁ କାବୁ କରିସାରିଥିଲେ। ଅନ୍ୟପଟେ ଆହତ ପାଇଲଟଙ୍କ ଉପରେ ମଧ୍ୟ ଅନେକ ଯାତ୍ରୀ ନଜର ରଖିଥିଲେ। ଏହାପରେ ବିମାନଟି ସାଉଦି ଆରବରେ ଜରୁରୀ ଅବତରଣ କରିଥିଲା। ବିମାନକୁ ସୁରକ୍ଷିତ ରଖିବାରେ ସହଯୋଗ କରିଥିବା ଅନ୍ୟ ଜଣେ ଇସ୍ରାଏଲୀ ଯାତ୍ରୀ ୟାନିଭ୍ ହାୟୁନ୍ ଭୟଭୀତ ଯାତ୍ରୀମାନଙ୍କୁ ଆଶ୍ୱାସନା ଦେଇ କହୁଥିବା ଶୁଣିବାକୁ ମିଳୁଛି ଯେ, “ନା, ନା ଭାଇ, କ୍ୟାମେରା ଲାଗିଛି। ସବୁ ଠିକ୍ ଅଛି। ଶାନ୍ତ ହୁଅ।”

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button