Explained: ଭାରତ ନା ପାକିସ୍ତାନ ? କେଉଁ ଦେଶର ଲୋକ ଅଧିକ ଦିନ ବଞ୍ଚନ୍ତି, WHO ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୦୫/୧୦; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏକ ବଡ଼ ଖୁଲାସା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଏକ ରିପୋର୍ଟରେ କହିଛି ଯେ କେଉଁ ଦେଶର ଲୋକଙ୍କ ବୟସ କେତେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଆକଳନରେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶର ଲୋକଙ୍କ ଜୀବନ ବିଷୟରେ ଦାବି କରାଯାଇଛି ।ଡବ୍ଲ୍ୟୁଏଚ୍ଓର ଗ୍ଲୋବାଲ୍ ହେଲ୍ଥ ଆକଳନ ଦକ୍ଷିଣ ଏସୀୟ ଦେଶ ଏବଂ ଉଚ୍ଚ ଆୟକାରୀ ଉତ୍ତର ଆମେରିକୀୟ ଦେଶଗୁଡ଼ିକର ଆୟୁ କାଳରେ ଏକ ବଡ଼ ପାର୍ଥକ୍ୟ ଦର୍ଶାଉଛି। ଯଦିଓ ବାଂଲାଦେଶ ଦକ୍ଷିଣ ଏସୀୟ ଦେଶ ଆଗରେ ରହିଛି । ଏହି ତିନୋଟି ଦେଶ ଆମେରିକା ଏବଂ କାନାଡାଠାରୁ ବହୁତ ପଛରେ ଅଛନ୍ତି ।
ଜନ୍ମ ସମୟରେ ଦେଶର ହାରାହାରି ଆୟୁ (୨୦୨୩ ତଥ୍ୟ)
କାନାଡା: ୮୧.୪ ବର୍ଷ
ଆମେରିକା: ୭୮.୫ ବର୍ଷ
ବାଂଲାଦେଶ: ୭୨.୭ ବର୍ଷ
ଭାରତ: ୭୧.୦ ବର୍ଷ
ପାକିସ୍ତାନ: ୬୮.୨ ବର୍ଷ
ବୈଶ୍ୱିକ ସ୍ତରରେ ହାରାହାରି ବୟସ ହେଉଛି ୭୩.୩ ବର୍ଷ । କେବଳ କାନାଡା ଏବଂ ଆମେରିକା ଏହି ହାରାହାରି ଠାରୁ ଆଗରେ ଥିବାବେଳେ ଦକ୍ଷିଣ ଏସୀୟ ଦେଶଗୁଡିକ ପଛରେ ଅଛନ୍ତି। ଉଭୟ ଅଞ୍ଚଳରେ,ଲୋକମାନେ ସେମାନଙ୍କ ଜୀବନର ପ୍ରାୟ ଶେଷ ଦଶନ୍ଧି ହ୍ରାସ ପାଉଥିବା ସ୍ୱାସ୍ଥ୍ୟ,ଶାରୀରିକ ଅକ୍ଷମତା କିମ୍ବା ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ିବାରେ ବିତାଇଥାନ୍ତି ।
ସୌଜନ୍ୟ ପ୍ରମେୟ



