Drishyam-3 Collection: ବକ୍ସ ଅଫିସରେ ଦୃଶ୍ୟମ୍-୩ ଝଡ଼, ଦୁଇ ଦିନରେ ୧୭୭ କୋଟି ଆୟ

ମୁମ୍ବାଇ,୦୫\୧୦: ବକ୍ସ ଅଫିସରେ ଏବେ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍ ୩’ (ଦୃଶ୍ୟମ୍: ଦ କନକ୍ଲୁଜନ୍) ଝଡ଼ ସୃଷ୍ଟି କରିଛି । ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ରିଲିଜ୍ ହେବାର ଦୁଇ ଦିନ ମଧ୍ୟରେ ଏହା ବୈଶ୍ୱିକ ସ୍ତରରେ ମୋଟ ୧୭୭ କୋଟି ଆୟ କରିଛି । ଏଥିସହ ‘ଦୃଶ୍ୟମ୍-୩’ ଚଳିତବର୍ଷ ସର୍ବାଧିକ ଆୟ କରିଥିବା ଶ୍ରେଷ୍ଠ ୧୦ଟି ହିନ୍ଦୀ ଫିଲ୍ମ ତାଲିକାରେ ସାମିଲ ହୋଇଛି ।
ରିପୋର୍ଟ ମୁତାବକ, ରିଲିଜର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ‘ଦୃଶ୍ୟମ୍-୩’ ଭାରତରେ ୬୨ କୋଟି ଆୟ କରିଥିଲା । ବୈଶ୍ୱିକ ସ୍ତରରେ ଏହାର ଆୟ ୯୫.୧୦ କୋଟି ରହିଥିଲା । ଦ୍ୱିତୀୟ ଦିନରେ ମଧ୍ୟ ଦର୍ଶକ ଏହାକୁ ନେଇ ଉତ୍ସାହ ଦେଖାଇଥିଲେ । ଶନିବାର ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ୫୩.୫୦ କୋଟି ରହିଥିଲା । ଅର୍ଥାତ୍ ଦୁଇ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ୧୧୫.୫୦ କୋଟି ଆୟ କରିଛି । ବୈଶ୍ୱିକ ସ୍ତରରେ ଫିଲ୍ମର ଆୟ ୧୭୭.୧୦ କୋଟି ଯାଏ ପହଞ୍ଚିଛି । ଅଜୟଙ୍କ କ୍ୟାରିୟର ପାଇଁ ମଧ୍ୟ ଏହା ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି ।
ସୌଜନ୍ୟ ପ୍ରମେୟ




