Horoscope 2026 October 05: ଜାଣନ୍ତୁ ଆଜିର ରାଶିଫଳ…
ଭାବିଥିବା କାମ ପୂରା ହେବ। କୌଣସି କାମରେ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରିନିଅନ୍ତୁ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ଛାତ୍ରଛାତ୍ରୀଙ୍କର ଶିକ୍ଷା ଉତ୍ତମ ରହିବ। ଇଂଜିନିୟର୍ସଙ୍କ ଲାଗି ଦିନଟି ଭଲ ରହିବ।

ମେଷ: ଭାବିଥିବା କାମ ପୂରା ହେବ। କୌଣସି କାମରେ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରିନିଅନ୍ତୁ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ଛାତ୍ରଛାତ୍ରୀଙ୍କର ଶିକ୍ଷା ଉତ୍ତମ ରହିବ।
ବୃଷ: ଇଂଜିନିୟର୍ସଙ୍କ ଲାଗି ଦିନଟି ଭଲ ରହିବ। କାରବାରରେ କିଛି ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭପ୍ରଦ ରହିବ। ପ୍ରିୟଜନ କିଛି ଏଭଳି କାମ କରିବେ ଯାହା ଦେଖି ଆପଣଙ୍କ ମନ ଖୁସି ହୋଇଯିବ।
ମିଥୁନ: ଦ୍ବନ୍ଦ୍ବ ସମାପ୍ତ ହେବ। ଜଟିଳ ପ୍ରଶ୍ନର ଉତ୍ତର ଆପଣ ପାଇଯିବେ। ବିବାହିତ କୌଣସି ଭଲ ଜାଗାକୁ ବୁଲିଯିବେ। ଅଧୁରା କାମ ପୂରା ହୋଇଯିବ। ପ୍ରିୟଜନ ଆପଣଙ୍କୁ ଖୁବ୍ ସୁନ୍ଦର ଉପହାର ଦେବେ।
କର୍କଟ: ଚାକିରଜୀବୀଙ୍କ ଲାଗି ଦିନଟି ଭଲ। ଆପଣଙ୍କ ମନରେ ଅଧିକ ଅର୍ଥ ରୋଜଗାର କରିବାର ବିଚାର ଆସିବ। ବୁଦ୍ଧିମତ୍ତାରେ କାମ କରନ୍ତୁ ଲାଭ ହେବ। ମୁସ୍କିଲ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।
ସିଂହ: କୌଣସି ଜାଗାକୁ ଭ୍ରମଣରେ ଯାଆନ୍ତୁ ଲାଭ ହେବ। ଆପଣଙ୍କର କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିପାରନ୍ତି। ଛାତ୍ର ଅନଲାଇନ୍ରେ କିଛି ଶିଖିବାକୁ ଚେଷ୍ଟା କରିବେ।
କନ୍ୟା: କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଲାଭ ହେବ। ପୂର୍ବରୁ ପ୍ରସ୍ତୁତି କରିଥିବା ଯୋଜନା ଲାଗୁ କରନ୍ତୁ ଲାଭ ହେବ। ଛାତ୍ର ପ୍ରୋଜେକ୍ଟରେ ବଡ଼ ଭଉଣୀର ସାହାଯ୍ୟ ପାଇବେ।
ତୁଳା: ଆପଣଙ୍କ ମନ ଆଧ୍ୟାତ୍ମିକରେ ଅଧିକ ଲାଗି ରହିବ। ବେପାରରେ ବାପାମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ଅଫିସରେ ନୂଆ ଲୋକଙ୍କ ସହିତ ଯୋଡ଼ିବେ। ବିବାହିତ କୌଣସି ସମାରୋହକୁ ଯିବେ।
ବିଛା: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।
ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ଜମି ସଂପର୍କିତ ମାମଲାର ସମାଧାନ ହୋଇଯିବ। ଧନଲାଭ ଯୋଗ ରହିଛି। ଶିକ୍ଷକଙ୍କ ଲାଗି ଦିନଟି ଅନୁକୂଳ ରହିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଖୁସିଭରା ରହିବ।
ମକର: ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ଗୃହିଣୀ ଜୀବନସାଥୀଠାରୁ ଉପହାର ପାଇବେ। ନୂଆ କାମ କରିବା ଲାଗି ବଡ଼ଙ୍କଠାରୁ ପରାମର୍ଶ ନିଅନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
କୁମ୍ଭ: ଅଟକିଥିବା କାମ ନିଜ ଲୋକଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ହୋଇଯିବ। ବିରୋଧୀ ପକ୍ଷ ଦୂରତ୍ବ ବଜାୟ ରହିବେ। ଆପଣଙ୍କ କାମରେ ଆପଣଙ୍କର ଆତ୍ମବିଶ୍ବାସର ଝଲକ ଦେଖାଦେବ। ଛାତ୍ରଛାତ୍ରୀ ଶୁଭ ଖବର ପାଇବେ।
ମୀନ: ପୂର୍ବରୁ କରିଆସୁଥିବା କାମରେ ସକାରାତ୍ମକ ପରିଣାମ ପାଇବେ। ଆବେଗକୁ ନିୟନ୍ତ୍ରଣ ରଖନ୍ତୁ ଲାଭ ହେବ। ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ। ଜରୁରୀ କାମରେ ଜୀବନସାଥୀର ସାହାଯ୍ୟ ପାଇବେ।
ସୌଜନ୍ୟ ସମ୍ବାଦ




