ଜାତୀୟ

INDIA bloc protest : SIRକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ମେଳି, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ INDIA ମେଣ୍ଟର ବିକ୍ଷୋଭ

ନୂଆଦିଲ୍ଲୀ,୦୬/୧୦; ଏସଆଇଆରକୁ ନେଇ ବିରୋଧୀଙ୍କ ମେଳି । ଲିଷ୍ଟରୁ ଭୋଟରଙ୍କ ନାଁ ବାଦ୍ ଦିଆଯିବା ଅଭିଯୋଗକୁ ନେଇ ଆଜି ଦିଲ୍ଲୀରେ ବିରୋଧୀ ଦଳ ପ୍ରତିବାଦ ପଦଯାତ୍ରା କରିଛି । INDIA ବ୍ଲକ ପ୍ରତିବାଦରେ ସାମିଲ ହୋଇଛି ବିଜେଡି। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘INDIA’ ବ୍ଲକ ବିକ୍ଷୋଭ ପ୍ରଦର୍ଶନ କରିଛି । ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାଜଧାନୀ ଦିଲ୍ଲୀରେ ଗର୍ଜିଛନ୍ତି ବିରୋଧୀ ଦଳ । ଦିଲ୍ଲୀରେ ନିର୍ବାଚନ କମିଶନ(ଇସି)ଙ୍କ ମୁଖ୍ୟାଳୟ ଘେରାଉ କରିଛନ୍ତି । ବିରୋଧୀଙ୍କ ‘ଇଣ୍ଡି’ ମେଣ୍ଟର ସାଂସଦମାନେ ‘ଗଣତନ୍ତ୍ର ବଞ୍ଚାଅ’ ପଦଯାତ୍ରାରେ ବାହାରିଛନ୍ତି । ୧୪୦ରୁ ଅଧିକ ସାଂସଦ ସଂସଦରୁ ଇସି ମୁଖ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଚାଲି ଚାଲି ବାହାରିଥିଲେ । ସଂସଦଠାରୁ ପ୍ରାୟ ୫୦୦ ମିଟର ଯିବା ପରେ ଅଟକିଛନ୍ତି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା, ‘ଇଣ୍ଡିଆ’ (INDIA) ମେଣ୍ଟର ଅନ୍ୟ ସାଂସଦମାନଙ୍କ ସହ ଭାରତୀୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯିବା ବାଟରେ ନୀତି ଆୟୋଗ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଇଣ୍ଡି ମେଣ୍ଟ ବିକ୍ଷୋଭକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେ କହିଛନ୍ତି, ଆମେ ଅନ୍ୟାୟ ବିରୁଦ୍ଧରେ ଲଢ଼ୁଛୁ । ସ୍ୱାଧୀନତା ପରେ ଆମକୁ ମିଳିଥିବା ସାବାଳକ ଭୋଟ୍ ଅଧିକାରକୁ ସମାପ୍ତ କରିବାକୁ ସରକାର ଚେଷ୍ଟା କରୁଛନ୍ତି ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ହେଉଛନ୍ତି ସରକାରଙ୍କର ଏକ କଣ୍ଢେଇ । କେନ୍ଦ୍ର ସରକାର ଯାହା କୁହନ୍ତି, ସେ ତାହା ହିଁ କରନ୍ତି । ଏହା ଦେଶରେ ଏକଛତ୍ରବାଦ ଆଣିବ । ଆମେ ଲଢ଼େଇ ଜାରି ରଖିବୁ । ”

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button