ରାଜ୍ୟ
Second Shakti Engine Manufacturing ସୁନାବେଡ଼ା ‘ହାଲ’ରେ ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍ଘାଟିତ, ବାୟୁସେନାକୁ ହସ୍ତାନ୍ତର ହେଲା ୨୦୦୦ତମ ଇଞ୍ଜିନ୍
ସୁନାବେଡ଼ା HALରେ ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍ଘାଟିତ। ବାୟୁସେନାକୁ ୨୦୦୦ତମ ଇଞ୍ଜିନ୍ ହସ୍ତାନ୍ତର ହୋଇଛି।

ଭୁବନେଶ୍ବର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ମଙ୍ଗଳବାର) କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ହାଲ୍ (HAL) ମାନୁଫାକ୍ଚରିଙ୍ଗ୍ ୟୁନିଟରେ ଶକ୍ତି ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍ଘାଟନ କରିଛନ୍ତି। ଏହା ସହିତ ସୁନାବେଡା ହାଲ୍ରେ ନିର୍ମିତ ୨୦୦୦ତମ ଇଞ୍ଜିନକୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ସେ ନିଜକୁ ଏଠାରେ ଅତିଥି ଭାବେ ନୁହେଁ, ବରଂ ଏହି HAL ପରିବାରର ଜଣେ ସଦସ୍ୟ ଭାବେ ଅନୁଭବ କରୁଛନ୍ତି ।
ସୌଜନ୍ୟ ସମ୍ବାଦ



