ରାଜ୍ୟ

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି ପରୀକ୍ଷାର ୩ଟି ପେପର ସରିଲାଣି। ଆସନ୍ତା ୮ ତାରିଖରେ ହେବାକୁ ଥିବା ପରୀକ୍ଷା ମଧ୍ୟ ବୋର୍ଡର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମତେ ଯଥାରୀତି ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ସକାଳ ୮ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ତେଣୁ ପରୀକ୍ଷାର୍ଥୀମାନେ କୌଣସି ଦ୍ୱନ୍ଦ୍ୱରେ ନ ପଡ଼ିବା ନିମନ୍ତେ ବୋର୍ଡ ପକ୍ଷରୁ ଏଭଳି ଆଗୁଆ ସୂଚନା ମାଧ୍ୟମରେ ସେମାନଙ୍କୁ ସଚେତନ କରାଯାଇଥିବା ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button