ରାଜ୍ୟ
Seva Jyoti Yatra: ଖୋରଧାରେ ସେବା ଜ୍ୟୋତି ଯାତ୍ରା: ‘ମୋଦୀ ହେଉଛନ୍ତି ଅଜାତଶତ୍ରୁ
ଦେଶ ସ୍ବାଧୀନ ହେବା ପରେ କିଛି କିଛି ବିକାଶ ହେଉଥିଲା, କିନ୍ତୁ ଗଲା ୧୨ବର୍ଷ ଭିତରେ ଦେଶ ବିକଶିତମୁହାଁ ହୋଇଛି। ରୂପାନ୍ତରଣ ଏବେ ଆଖିରେ ଦିଶୁଛି। ଆଜି ଖୋରଧା ହାବେଳି ପଡ଼ିଆରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ...

ଖୋରଧା: ଦେଶ ସ୍ବାଧୀନ ହେବା ପରେ କିଛି କିଛି ବିକାଶ ହେଉଥିଲା, କିନ୍ତୁ ଗଲା ୧୨ବର୍ଷ ଭିତରେ ଦେଶ ବିକଶିତମୁହାଁ ହୋଇଛି। ରୂପାନ୍ତରଣ ଏବେ ଆଖିରେ ଦିଶୁଛି। ଆଜି ଖୋରଧା ହାବେଳି ପଡ଼ିଆରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି। ନିଜର ଅଭିଭାଷଣରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଜାତଶତ୍ରୁ ଭାବେ ବର୍ଣ୍ଣନା କରିଥିଲେ। କହିଥିଲେ, ତାଙ୍କର ନିଃସ୍ବାର୍ଥପର ଓ ସମର୍ପିତ ଜନସେବା ତାଙ୍କୁ ଆଜି ଦେଶର ସର୍ବାଧିକ ସମୟର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛି। ଗଲା ୧୨ ବର୍ଷ ହେଲା ଦେଶରେ ଚାଲିଥିବା ସୁ-ଶାସନର ପାର୍ଥକ୍ୟ ସବୁଠି ଜାଜ୍ଜଲ୍ୟମାନ ହେବାରେ ଲାଗିଛି।
ସୌଜନ୍ୟ ସମ୍ବାଦ




