ରାଜ୍ୟ

Nuapada: ନୂଆପଡ଼ାରେ ଅଜଣା ଗାଡି ଧକ୍କାରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି ।

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ବିରୁନପଦର୍ ଗ୍ରାମର ଦୁଇ ବ୍ୟକ୍ତି ନିଜ ସମ୍ପର୍କୀୟ ଘର ଖଡ଼ିଆଳ ବ୍ଲକ କୋଟିପଦର୍ ଯାଇଥିଲେ।

ଭୋରରୁ ନିଜ ଗ୍ରାମକୁ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ବେରୁନପଦର୍ ଗ୍ରାମର କପୂର୍ଚ୍ଚନ ପଟେଲ ଏବଂ ମନ୍ଦାକିନୀ ପଟେଲ ଉଭୟ ସ୍ୱାମୀ ସ୍ତ୍ରୀ ହୋଇଥିବାବେଳେ ଦୁର୍ଘଟଣା ପରେ ଶତାଧିକ ବ୍ୟକ୍ତି ୩୫୩ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଉତ୍ୟକ୍ତ ଲୋକେ ପରିବାରଙ୍କୁ ଆର୍ଥିକ ସହାୟତା ଦାବି କରୁଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button