ରାଜ୍ୟ

Odisha’s neglect: ପଡ଼ୋଶୀ ରାଜ୍ୟର ବିଜୁଳିରେ ବସ୍ତି ଦେଖୁଛି ଆଲୁଅ: ଓଡ଼ିଶା‌ର ଅବହେଳା, ଝାଡ଼ଖଣ୍ଡର ସହଯୋଗ

ମୌଳିକ ସୁବିଧାରୁ ବଞ୍ଚିତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଉପାନ୍ତ ଗାଁ ଓ ବସ୍ତି। ସରକାର ପରେ ସରକାର ବଦଳୁଛି, ବିଭାଗୀୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ପ୍ରତିଶ୍ରୁତି ଦେଉଛନ୍ତି।

ରାଉରକେଲା (ମଳୟ ରଞ୍ଜନ ସାହୁ): ମୌଳିକ ସୁବିଧାରୁ ବଞ୍ଚିତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଉପାନ୍ତ ଗାଁ ଓ ବସ୍ତି। ସରକାର ପରେ ସରକାର ବଦଳୁଛି, ବିଭାଗୀୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ବସ୍ତିର ସମସ୍ୟା ପୂର୍ବରୁ ଯେମିତି ଥିଲା, ଏବେ ବି ସେମିତି ରହିଛି। ଯାହାର ଜ୍ବଳନ୍ତ ଉଦାହରଣ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନୂଆଗାଁ ବ୍ଲକ ଅନ୍ତର୍ଗତ ଚିତାପେଡ଼ି ପଞ୍ଚାୟତର ପାହାଡ଼ ଉପର ଲାଖୁଆ ଓ ମୁଣ୍ଡାବସ୍ତି।

ନୂଆଗାଁରୁ ୧୮ କିମି, ଝାଡ଼ଖଣ୍ଡରୁ ମାତ୍ର ୫୦୦ ମିଟର ଦୂର। ବିଡ଼ମ୍ବନା, ଦୁଇ ବସ୍ତିର ଅନ୍ଧାର ଦୂର କରୁଛି ଝାଡ଼ଖଣ୍ଡ ହୁର୍ଦାର ଝାରପଣା ଗାଁ। ବର୍ଷ ବର୍ଷ ଧରି ଲାଗି ରହିଛି ଏଭଳି ଜଟିଳ ସମସ୍ୟା। ଝାଡ଼ଖଣ୍ଡର ପଡ଼ୋଶୀ ଗାଁରୁ ଟଣାଯାଇଥିବା ବିଜୁଳି ତାରରେ ଏହି ଦୁଇ ବସ୍ତିର ଘରମାନଙ୍କରେ ଜଳୁଛି ବଲ୍‌ବ। ଡିବିରି ଆଲୁଅ ପରିବର୍ତ୍ତେ ଗାଁର ପିଲାମାନେ ବିଜୁଳି ଆଲୋକରେ ପାଠ ପଢ଼ୁଛନ୍ତି। ହାତୀ ଓ ବନ୍ୟଜନ୍ତୁ ଭୟ ଦୂର ହୋଇଛି। ବିଜୁଳି ବ୍ୟବସ୍ଥା ପାଇଁ ଦୁଇ ବସ୍ତିବାସିନ୍ଦା ବାରମ୍ବାର ବିଜୁଳି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଡିଓଙ୍କ ନିର୍ଦେଶକ୍ରମେ ବିଜୁଳି ବିଭାଗର କର୍ମଚାରୀ ବସ୍ତିରେ ପହଞ୍ଚି ଖୁବ୍‌ଶୀଘ୍ର ବିଜୁଳି ସଂଯୋଗ କରାଯିବ କହି ପରେ ଭୁଲି ଯାଇଛନ୍ତି। ନିଜର ରାଜ୍ୟର ବିଭାଗ ଦୁଃଖ ନ ଶୁଣିବାରୁ ବସ୍ତିବାସିନ୍ଦା ଏକାଠି ହୋଇ ଝାଡ଼ଖଣ୍ଡର ପଡ଼ୋଶୀ ଝରାପଣା ଗାଁର ମୁଖିଆଙ୍କୁ ଭେଟିଥିଲେ। ଜଙ୍ଗଲୀ ହାତୀଙ୍କ ଭୟ ଓ ପିଲାଙ୍କ ପାଠପଢ଼ା ସମସ୍ୟା ଦୂର ପାଇଁ ବିଜୁଳି ଦେବାକୁ ଗୁହାରି କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button