OTT: ଓଟିଟିରେ ମାଗଣାରେ ଷ୍ଟ୍ରିମ୍ ହେବ ‘ଆୱାରାପନ୍ ୨’: ପ୍ରାଇମ୍ ଭିଡିଓରେ ଆସନ୍ତା ୯ରୁ ଦେଖିପାରିବେ ଦର୍ଶକ
ବଲିଉଡ୍ ଅଭିନେତା ଇମ୍ରାନ୍ ହାଶମୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଆୱାରାପନ୍ ୨’ ବକ୍ସ ଅଫିସ୍ରେ ସଫଳତା ସାଉଁଟିବା ପରେ ଏବେ ଓଟିଟି (OTT) ପ୍ଲାଟଫର୍ମରେ ମାଗଣାରେ ଷ୍ଟ୍ରିମ୍ ହେବାକୁ ଯାଉଛି।

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ହାଶମୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଆୱାରାପନ୍ ୨’ ବକ୍ସ ଅଫିସ୍ରେ ସଫଳତା ସାଉଁଟିବା ପରେ ଏବେ ଓଟିଟି (OTT) ପ୍ଲାଟଫର୍ମରେ ମାଗଣାରେ ଷ୍ଟ୍ରିମ୍ ହେବାକୁ ଯାଉଛି। ସିନେମାହଲରେ ଧମାକା କରିବା ପରେ ଆସନ୍ତା ଅକ୍ଟୋବର ୯ ତାରିଖରୁ ଏହି ଆକ୍ସନ୍-ଥ୍ରୀଲର୍ ଫିଲ୍ମଟି ଆମାଜନ୍ ପ୍ରାଇମ୍ ଭିଡିଓରେ ସମସ୍ତ ଷ୍ଟାଣ୍ଡାର୍ଡ ସବ୍ସ୍କ୍ରାଇବରଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।
ନିତିନ୍ କାକ୍କଡ଼ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଗତ ଅଗଷ୍ଟ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହାପରେ ସେପ୍ଟେମ୍ବର ୨୫ରୁ ଏହା ପ୍ରାଇମ୍ ଭିଡିଓରେ କେବଳ ଭଡ଼ା ଭିତ୍ତିରେ ଉପଲବ୍ଧ ଥିଲା। ମାତ୍ର ଏବେ ସବ୍ସ୍କ୍ରାଇବରମାନେ କୌଣସି ଅତିରିକ୍ତ ଶୁଳ୍କ ନଦେଇ ନିଜ ଘରେ ବସି ଏହି ସୁପରହିଟ୍ ଫିଲ୍ମର ମଜା ନେଇପାରିବେ।
ବକ୍ସ ଅଫିସ୍ରେ ଜବରଦସ୍ତ କାରୋବାର
ମାତ୍ର ୪୫ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏହି ଫିଲ୍ମଟି ଭାରତୀୟ ବକ୍ସ ଅଫିସ୍ରେ ୧୫୬.୧୨ କୋଟି ଟଙ୍କାର ନେଟ୍ ଆଦାୟ କରି ସୁପର-ଡୁପର ହିଟ୍ ସାବ୍ୟସ୍ତ ହୋଇଛି। ପ୍ରାୟ ୨୪୭% ରିଟର୍ଣ୍ଣ ଅନ୍ ଇନଭେଷ୍ଟମେଣ୍ଟ (ROI) ସହ ଏହା ଏହି ବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଶ୍ରେଷ୍ଠ ୧୦ଟି ଫିଲ୍ମ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି।
ସୌଜନ୍ୟ ସମ୍ବାଦ




