ମନୋରଞ୍ଜନ
Amitabh bachchan: ଉଚ୍ଚତା ପାଇଁ ମିଳୁନଥିଲା କାମ: ‘କେବିସି-୧୮’ରେ ସଂଘର୍ଷ କାହାଣୀ ଶୁଣାଇଲେ ଅମିତାଭ ବଚ୍ଛନ
ମହାନାୟକ ଅମିତାଭ ବଚ୍ଚନ ଆଜି ଭାରତୀୟ ସିନେମା ଜଗତର ଜଣେ ସଫଳତମ ଅଭିନେତା। କିନ୍ତୁ କ୍ୟାରିୟରର ପ୍ରାରମ୍ଭିକ ଦିନରେ ତାଙ୍କର ଉଚ୍ଚତା ଏବଂ ଚେହେରା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିଲା।

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଆଜି ଭାରତୀୟ ସିନେମା ଜଗତର ଜଣେ ସଫଳତମ ଅଭିନେତା। କିନ୍ତୁ କ୍ୟାରିୟରର ପ୍ରାରମ୍ଭିକ ଦିନରେ ତାଙ୍କର ଉଚ୍ଚତା ଏବଂ ଚେହେରା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିଲା। ନିକଟରେ ‘କୌନ୍ ବନେଗା କରୋଡ୍ପତି-୧୮’ର ଏକ ଅଧ୍ୟାୟରେ ବିଗ୍-ବି ନିଜ ସଂଘର୍ଷ ଦିନର ଏକ ରୋଚକ କାହାଣୀ ଶେୟାର କରିଛନ୍ତି।
ରିଆଲିଟି ଶୋ’ କେବିସି-୧୮ର ଏକ ଏପିସୋଡ୍ରେ ବିନମ୍ର ନାମକ ଜଣେ ପ୍ରତିଯୋଗୀ ଅମିତାଭଙ୍କ ଆଇକନିକ୍ ହେୟାରଷ୍ଟାଇଲ୍ ଏବଂ ଲମ୍ବା ବାଳ ବିଷୟରେ ଚର୍ଚ୍ଚା କରିଥିଲେ। ଏହାର ଉତ୍ତର ଦେଇ ଅମିତାଭ କହିଥିଲେ ଯେ, ତାଙ୍କର ଏହି ହେୟାରଷ୍ଟାଇଲ୍ କୌଣସି ଫ୍ୟାଶନ୍ ନଥିଲା, ବରଂ ଏହା ପଛରେ ଏକ ବିଶେଷ କାରଣ ଥିଲା।
ସୌଜନ୍ୟ ସମ୍ବାଦ




