ରାଜ୍ୟ

Firecracker explosion: ଘର ଭିତରେ ବିସ୍ଫୋରଣ ହେଲା ବାଣ; ଜଣେ ମୃତ, ୪ ଜଣ ଗୁରୁତର

ମାସକ ପରେ ଆଲୋକର ପର୍ବ ‘ଦୀପାବଳି‘। ଏହି ପର୍ବ ଧୁମଧାମ୍‌ରେ ପାଳନ କରିବା ପାଇଁ ଲୋକେ ଏବେ ଠାରୁ ଯୋଜନା ଆରମ୍ଭ କରିଦେଇଛନ୍ତି। ବାଣ ପ୍ରସ୍ତୁତକାରୀ କାରିଗର ଏବଂ ବ୍ୟବସାୟୀ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି। ବାଣ ବିକି ଭଲ ରୋଜଗାର କରିବେ ବୋଲି...

ତିର୍ତ୍ତୋଲ (ଅମର ଜ୍ୟୋତି ସାହୁ): ମାସକ ପରେ ଆଲୋକର ପର୍ବ ‘ଦୀପାବଳି‘। ଏହି ପର୍ବ ଧୁମଧାମ୍‌ରେ ପାଳନ କରିବା ପାଇଁ ଲୋକେ ଏବେ ଠାରୁ ଯୋଜନା ଆରମ୍ଭ କରିଦେଇଛନ୍ତି। ବାଣ ପ୍ରସ୍ତୁତକାରୀ କାରିଗର ଏବଂ ବ୍ୟବସାୟୀ ମଧ୍ୟ ପ୍ରସ୍ତୁତ ହୋଇ ସାରିଛନ୍ତି। ବାଣ ବିକି ଭଲ ରୋଜଗାର କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି କାରିଗର। ତେବେ ଆଜି ଅପରାହ୍‌ଣ ସମୟରେ ବାଣ ଭିଡୁଥିବା ବେଳେ ଏକ ବଡ଼ଧରଣର ଅଘଟଣ ଘଟିଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି।

ଜଗତସିଂହପୁରଜିଲ୍ଲା ତିର୍ତୋଲ ଥାନା ଅଧୀନ ମହିଲ ଗ୍ରାମରେ ଆଜି ଅପରାହ୍‌ଣରେ ମନୋରଂଜନ ସ୍ବାଇଁଙ୍କର ଘରେ ବାଣ ଭିଡ଼ା ଚାଲିଥିଲା। ଏହି ସମୟରେ କୌଣସି କାରଣରୁ ବାଣ ଫୁଟିବା ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ପରିବାରର ଲୋକମାନେ ଖସିବାକୁ ଚାହୁଁଥିଲେ ମଧ୍ୟ, ସେଠାରୁ ସୁରକ୍ଷିତ ଭାବେ ବାହାରି ପାରି ନଥିଲେ। ବାଣର ନିଆଁ ସେମାନଙ୍କୁ କ୍ଷତବିକ୍ଷତ କରି ଚାଲିଥିଲା।

ବାଣ ଫୁଟିବାର ଶଦ୍ଦ ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସ୍ଥାନୀୟ ପୁଲିସକୁ ସୂଚନା ଦିଆଯାଇଥିଲା। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମ‌ନୋରଂଜନ ସ୍ବାଇଁଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ସେମାନେ ଗୁରୁତର ଥିବାରୁ ଜଗତସିଂପୁର ଜିଲ୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button