ଖେଳ

Naveen-ul-Haq: ୨୭ ବର୍ଷରେ ସରିଲା କ୍ୟାରିୟର ? କୋହଲିଙ୍କ ସହ ମୁହାମୁହିଁ କରିଥିବା ପେସର୍ ଏବେ କମେଣ୍ଟେଟର

ନୂଆଦିଲ୍ଲୀ,୦୯/୧୦; ଆଇପିଏଲ୍ରେ ବିରାଟ କୋହଲିଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏହା ପରେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନ ଦ୍ରୁତ ବୋଲର ନବୀନ-ଉଲ୍ ହକ୍ ବର୍ତ୍ତମାନ କ୍ରିକେଟ୍ ପଡ଼ିଆରେ ସମ୍ପୂର୍ଣ୍ଣ ନୂଆ ଭୂମିକାରେ ଦେଖିବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଜାତୀୟ ଦଳରୁ ଦୂରେଇ ରହିଥିବା ୨୭ ବର୍ଷୀୟ ଏହି ଖେଳାଳି ବର୍ତ୍ତମାନ ବଲ୍ ଛାଡି ହାତରେ ମାଇକ୍  ଧରିବେ । ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଆଜିଠାରୁ ଆବୁଧାବିର ଜାୟେଦ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏଥିରେ ସେ  ଭାଷ୍ୟକାର ପ୍ୟାନେଲର ସଦସ୍ୟ ହୋଇଛନ୍ତି ।

ମାତ୍ର ୨୭ ବର୍ଷ ବୟସରେ ଭାଷ୍ୟକାର ପ୍ୟାନେଲରେ ଯୋଗଦେବା ନିଷ୍ପତ୍ତି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିଥିଲା ଯେ ନବୀନ-ଉଲ-ହକ୍ ହଠାତ୍ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ବିଦାୟ ଦେଇଛନ୍ତି । ତେବେ ଏହି ଆଲୋଚନା ତ୍ୱରାନ୍ୱିତ ହେବା ମାତ୍ରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତୁରନ୍ତ ଆଗକୁ ଆସି ପରିସ୍ଥିତି ସ୍ପଷ୍ଟ କରିଛି । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ନସିବ ଖାନ୍ ତାଙ୍କ କମେଣ୍ଟ୍ରିରେ ଯୋଗଦେବାର ପ୍ରକୃତ କାରଣ ଦର୍ଶାଇଛନ୍ତି । ନସିବ ଖାନ କହିଛନ୍ତି, “ନବୀନ ବର୍ତ୍ତମାନ ଆହତରୁ ସୁସ୍ଥ ହେଉଛନ୍ତି ଏବଂ ତାଙ୍କର ପୁନର୍ବାସ ଚାଲିଛି। ଏହି ସମୟରେ, ତାଙ୍କର ପ୍ରାଥମିକତା ହେଉଛି ତାଙ୍କର ପୁନର୍ବାସ ସମାପ୍ତ କରିବା ଏବଂ ସମ୍ପୂର୍ଣ୍ଣ ଫିଟ୍ ପଡ଼ିଆକୁ ଫେରିବା । କମେଣ୍ଟ୍ରି ପ୍ୟାନେଲରେ ତାଙ୍କର ଅନ୍ତର୍ଭୂକ୍ତିକୁ ତାଙ୍କ କ୍ରୀଡା କ୍ୟାରିୟରର ଚୂଡ଼ାନ୍ତ ନିଷ୍ପତ୍ତି ଭାବରେ ଦେଖାଯିବା ଉଚିତ୍ ନୁହେଁ । ଜଣେ ଖେଳାଳି ଭାବେ ନବୀନ ଆମ ଯୋଜନାର ଏକ ଅଂଶ ହୋଇ ରହିଛନ୍ତି ଏବଂ ଫିଟନେସ୍ ଫେରିବା ମାତ୍ରେ ସେ ଚୟନ ପାଇଁ ଉପଲବ୍ଧ ହେବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button