ରାଜ୍ୟ

Tiger Project: ବ୍ୟାଘ୍ର ପ୍ରକଳ୍ପ: କୋର୍‌ ଜୋନ୍ ଅସୁରକ୍ଷିତ

ବାଘଙ୍କ ସୁରକ୍ଷା ପାଇଁ ବ୍ୟାଘ୍ର ପ୍ରକଳ୍ପର ସ୍ବପ୍ନ ଦେଖୁଛନ୍ତି ସରକାର। ହେଲେ ଯେଉଁ କୋର୍‌ ଜୋନ୍‌ରେ ବାଘ ଓ ଅନ୍ୟ ବନ୍ୟଜନ୍ତୁ ନିରାପଦରେ ରହିବା କଥା, ସେଠାକୁ ମଣିଷଙ୍କ ଅବାଧ ଯାତାୟାତ ଏବେ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନଚିହ୍ନ ଠିଆ କରିଛି।

ନୂଆପଡ଼ା (ଅଶ୍ବିନୀ କୁମାର ପାଣିଗ୍ରାହୀ): ବାଘଙ୍କ ସୁରକ୍ଷା ପାଇଁ ବ୍ୟାଘ୍ର ପ୍ରକଳ୍ପର ସ୍ବପ୍ନ ଦେଖୁଛନ୍ତି ସରକାର। ହେଲେ ଯେଉଁ କୋର୍‌ ଜୋନ୍‌ରେ ବାଘ ଓ ଅନ୍ୟ ବନ୍ୟଜନ୍ତୁ ନିରାପଦରେ ରହିବା କଥା, ସେଠାକୁ ମଣିଷଙ୍କ ଅବାଧ ଯାତାୟାତ ଏବେ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନଚିହ୍ନ ଠିଆ କରିଛି। ବିଶେଷକରି ସୁନାବେଡ଼ା ଅଭୟାରଣ୍ୟର କୋର୍‌ ଜୋନ୍‌ରେ ଥିବା ଚାଉଳଧୁଆ ଜଳପ୍ରପାତକୁ ଚଳିତ ବର୍ଷ ହଜାର ହଜାର ଲୋକଙ୍କ ଆଗମନ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପରିବେଶବିତଙ୍କ ଚିନ୍ତା ବଢ଼ାଇଛି। ବାଘଙ୍କ ବାସସ୍ଥାନରେ ମଣିଷର ହସ୍ତକ୍ଷେପ ଜାରି ରହିଲେ ବନ୍ୟଜନ୍ତୁ ଜନବସତିମୁହାଁ ହେବା ସହ ମଣିଷ-ବନ୍ୟଜନ୍ତୁ ସଂଘର୍ଷ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ବାଘ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି। ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ଓ କୋର୍‌ ଜୋନ୍‌କୁ ସୁରକ୍ଷିତ ରଖିବା ସହ ଲୋକଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲଗାଇବା ବନ ବିଭାଗ ପାଇଁ ଜରୁରି ହୋଇପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button