ଜାତୀୟ

Russia Su-57E offer to India: ରୁଷ୍‌ର ୧୧୪ ରାଫେଲ୍ ଓ ୧୪୦ ଷ୍ଟେଲ୍‌ଥ ଫାଇଟର୍ ଜେଟ୍ ଅଫର୍, ଭାରତର ଶକ୍ତି ଦେଖି ଥରିବେ ଶତ୍ରୁ

ନୂଆଦିଲ୍ଲୀ, ୧୦।୧୦: ରୁଷ-ୟୁକ୍ରେନ୍ ଏବଂ ଇରାନ ଯୁଦ୍ଧ କାରଣରୁ ବିଶ୍ୱସ୍ତରରେ ସାମରିକ ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି । ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ଦେଶ ନିଜର ସଶସ୍ତ୍ର ବାହିନୀକୁ ଅପଡେଟ୍ କରୁଛନ୍ତି । ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଏୟାର ଡିଫେନ୍ସ ସିଷ୍ଟମ୍ ଉପରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ମଧ୍ୟ ନିଜର ଆକାଶ ମାର୍ଗର ଯୁଦ୍ଧ କ୍ଷମତା ବୃଦ୍ଧି କରିବା ପାଇଁ ବଡ଼ ପଦକ୍ଷେପ ନେଉଛି । ୧୧୪ଟି ରାଫେଲ୍ ଲଢ଼ୁଆ ବିମାନ କିଣିବାକୁ ମଞ୍ଜୁରୀ ମିଳିସାରିଥିବାବେଳେ, ବର୍ତ୍ତମାନ ଏକ ଶକ୍ତିଶାଳୀ 5th Generation ଲଢ଼ୁଆ ବିମାନର ଖୋଜ ଚାଲିଛି ।

ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ 5th Generationର ଲଢ଼ୁଆ ବିମାନକୁ ନେଇ ଚୁକ୍ତି ହେବାର ସମ୍ଭାବନାକୁ ଧ୍ୟାନରେ ରଖି, ରୁଷ ଭାରତ ସାମ୍ନାରେ ଏକ ବଡ଼ ପ୍ରସ୍ତାବ ରଖିଛି । ରୁଷ ଭାରତକୁ ୧୪୦ଟି ‘Su-57E’ ପଞ୍ଚମ ପ୍ରଜ୍ଞାତୀର ଷ୍ଟିଲ୍‌ଥ ଲଢ଼ୁଆ ବିମାନ କିଣିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ସ୍ଥାନୀୟ ଉତ୍ପାଦନ ସହିତ ଟେକ୍ନୋଲୋଜି ଟ୍ରାନ୍ସଫରର ଅଫର ମଧ୍ୟ ରହିଛି । ହିନ୍ଦୁସ୍ତାନ ଏରେନଟିକ୍ସ ଲିମିଟେଡ୍ (HAL) ର ନାସିକ ପ୍ଲାଣ୍ଟକୁ ‘Su-57E’ ର ସ୍ଥାନୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାର ରୁଷ ପ୍ରସ୍ତାବ ରଖିଛି । ପ୍ରଥମେ ସରକାର (G2G) ଚୁକ୍ତି ଅଧୀନରେ ୪୦ଟି Su-57E ବିମାନ କିଣାଯିବ ଏବଂ ପରେ ସ୍ଥାନୀୟ ଉତ୍ପାଦନ ପାଇଁ ଅତିରିକ୍ତ ୧୦୦ଟି ବିମାନର ଅର୍ଡର ଦିଆଯିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button