Punjab: ପଞ୍ଜାବରେ ପୁଲିସ୍ ଏଏସ୍ଆଇଙ୍କୁ ଗୁଳିକରି ହତ୍ୟା କଲେ ବନ୍ଧୁକଧାରୀ: ଗତମାସ ସମାନ ଭାବେ ହତ୍ୟାର ଶିକାର ହୋଇଥିଲେ ପୁତୁରା
ପଞ୍ଜାବର ତରନ୍ ତାରନ ଜିଲ୍ଲାରେ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ)ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନୌଶେରା ପନ୍ନୁଆନ ଗ୍ରାମରେ ଏକ ଗୁରୁଦ୍ୱାରରେ ସେ ପ୍ରାର୍ଥନା କରି ଘରକୁ ଫେରୁଥିବା ସମୟରେ ବାଇକରେ ଆକ୍ରମଣକାରୀମାନେ ଆସି ତାଙ୍କ ଉପରକୁ ଗୁଳି କରିଥିଲେ।

ତର୍ନ ତରନ୍: ପଞ୍ଜାବର ତରନ୍ ତାରନ ଜିଲ୍ଲାରେ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ)ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନୌଶେରା ପନ୍ନୁଆନ ଗ୍ରାମରେ ଏକ ଗୁରୁଦ୍ୱାରରେ ସେ ପ୍ରାର୍ଥନା କରି ଘରକୁ ଫେରୁଥିବା ସମୟରେ ବାଇକରେ ଆକ୍ରମଣକାରୀମାନେ ଆସି ତାଙ୍କ ଉପରକୁ ଗୁଳି କରିଥିଲେ। ମୃତ ପୁଲିସ ଏଏସ୍ଆଇ ଇକବାଲ ସିଂହ ବୋଲି ଜଣାପଡ଼ିଛି। ତାଙ୍କ ଘର ନୌଶେରା ପନ୍ନୁଆନ ଗ୍ରାମରେ। ସିଂହଙ୍କ ଉପରେ ଆକ୍ରମଣ ସମୟରେ ସେ ୟୁନିଫର୍ମ ପିନ୍ଧି ନଥିଲେ।
ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।ଗୁଳିକାଣ୍ଡର ଉଦ୍ଦେଶ୍ୟ ଓ ଆତତାୟୀଙ୍କ ପରିଚୟ ମିଳିପାରି ନାହିଁ। ମାସକ ତଳେ ତାଙ୍କ ପୁତୁରାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ସେପ୍ଟେମ୍ବର ୧୧ ତାରିଖରେ ତାଙ୍କ ପୁତୁରା ଅଜମିତ ସିଂହଙ୍କୁ ମୋଟରସାଇକେଲ ଆରୋହୀ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଥିଲେ। ସେହି ମାମଲାରେ ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଆହତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅଜମିତ ସିଂହଙ୍କ ବିରୋଧରେ ସରହାଲି ପୁଲିସ ଷ୍ଟେସନରେ ୬ରୁ ଅଧିକ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ଏକ ରକେଟ୍-ଚାଳିତ ଗ୍ରେନେଡ୍ ଆକ୍ରମଣ ସହିତ ଜଡ଼ିତ ମାମଲା ମଧ୍ୟ ସାମିଲ ଥିଲା। ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ, ଇକବାଲ ସିଂହଙ୍କ ହତ୍ୟା ସହିତ ପୁତୁରାଙ୍କ ହତ୍ୟା ମାମଲାର କୌଣସି ସମ୍ପର୍କ ଅଛି କି ନାହିଁ।
ସୌଜନ୍ୟ ସମ୍ବାଦ




