ଦେଶ ବିଦେଶ

UN: ‘ସେନା ହିଁ ନିୟମ,ସେନା ହିଁ ଆଇନ’: ଜାତିସଂଘରେ ପାକିସ୍ତାନକୁ ଆଇନା ଦେଖାଇ କଡ଼ା ଭର୍ତ୍ସନା କଲା ଭାରତ

ଭାରତ ପୁଣିଥରେ ଜାତିସଂଘରେ ପାକିସ୍ତାନକୁ ଆଇନା ଦେଖାଇଛି। ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବହାର ସମ୍ପର୍କରେ ଅଭିଯୋଗ ଉଠାଇ ସଂଖ୍ୟାଲଘୁ ଅଧିକାର, ନ୍ୟାୟପାଳିକାର ସ୍ୱାଧୀନତା ଏବଂ ପ୍ରେସ୍ ସ୍ୱାଧୀନତା ଉପରେ ନିଜର ରେକର୍ଡରୁ ପାକିସ୍ତାନ ଧ୍ୟାନ...

ଜେନେଭା: ଭାରତ ପୁଣିଥରେ ଜାତିସଂଘରେ ପାକିସ୍ତାନକୁ ଆଇନା ଦେଖାଇଛି। ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବହାର ସମ୍ପର୍କରେ ଅଭିଯୋଗ ଉଠାଇ ସଂଖ୍ୟାଲଘୁ ଅଧିକାର, ନ୍ୟାୟପାଳିକାର ସ୍ୱାଧୀନତା ଏବଂ ପ୍ରେସ୍ ସ୍ୱାଧୀନତା ଉପରେ ନିଜର ରେକର୍ଡରୁ ପାକିସ୍ତାନ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ବୋଲି ଭାରତ ଅଭିଯୋଗ ଆଣିଛି।

ଜାତିସଂଘ ସାଧାରଣ ପରିଷଦର ଷଷ୍ଠ କମିଟିରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଇନର ଶାସନ ଉପରେ ଆଲୋଚନା କରୁଥିବା ସମୟରେ, ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପରାମର୍ଶଦାତା ମୈଥିଳୀ ଆର ଅଭିଯୋଗ କରିଥିଲେ ଯେ, ଇସଲାମାବାଦ ବିଦେଶରେ ଆଇନଗତ ଉତ୍ତରଦାୟିତ୍ୱ ବିଷୟରେ କଥାବାର୍ତ୍ତା କରୁଛି କିନ୍ତୁ ନିଜ ଦେଶରେ ଏହାକୁ ଦୁର୍ବଳ କରୁଛି।

ରାଜନୈତିକ ବିରୋଧୀଙ୍କୁ ଦମନ

ପାକିସ୍ତାନରେ ସେନା ହିଁ ନିୟମ, ସେନା ହିଁ ଆଇନ। ଦେଶରେ ନ୍ୟାୟପାଳିକାର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରାଯାଉଛି, ସାଧାରଣ ନାଗରିକଙ୍କ ବିରୋଧରେ ସାମରିକ ଅଦାଲତରେ ବିଚାର କରାଯାଉଛି ଏବଂ ରାଜନୈତିକ ବିରୋଧୀଙ୍କୁ ଦମନ କରାଯାଉଛି। ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଦ୍ୱାରା ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଥିବା ଏକ ବିବୃତି ଅନୁଯାୟୀ, ପାକିସ୍ତାନ ଜାତିସଂଘରେ ଅନ୍ୟମାନଙ୍କୁ ଆଇନର ଶାସନ ବିଷୟରେ ଉପଦେଶ ଦିଏ। ମାତ୍ର ନିଜ ଦେଶରେ ସାମରିକ ଶାସନ ଏବଂ ସାମରିକ ଆଇନ ଜାରି ରହିଥିବା କଥା ଭୁଲିଯାଏ।

ସଂଖ୍ୟାଲଘୁଙ୍କ ସଂଖ୍ୟା କ୍ରମାଗତ ହ୍ରାସ

ମୈଥିଳୀ ପାକିସ୍ତାନର ସଂଖ୍ୟାଲଘୁ ଅଧିକାର ଉପରେ ଦାବିକୁ ମଧ୍ୟ ଚ୍ୟାଲେଞ୍ଜ କରି ଦର୍ଶାଇଥିଲେ ଯେ, ଦେଶର ଜନସଂଖ୍ୟାରେ ସଂଖ୍ୟାଲଘୁଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ସେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଦେଶୀ ଗଣମାଧ୍ୟମ ସୁବିଧା ନିର୍ଦ୍ଦେଶାବଳୀରୁ ଉଦ୍ଧୃତ କରି ପାକିସ୍ତାନରେ ପ୍ରେସ୍ ସ୍ୱାଧୀନତା ଉପରେ ମୈଥିଳୀ ପ୍ରଶ୍ନ ଉଠାଇଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଦେଶୀ ଗଣମାଧ୍ୟମ ସଂଗଠନଗୁଡ଼ିକୁ ଇସଲାମାବାଦ, ଲାହୋର ଏବଂ କରାଚୀ ବାହାରେ ମୁକ୍ତ ଭାବରେ ରିପୋର୍ଟ କରିବା ପାଇଁ ‘ନୋ-ଆବଜେକ୍ସନ ସାର୍ଟିଫିକେଟ୍’ ପାଇବା ଆବଶ୍ୟକ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button