Murder: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ହତ୍ୟା
ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମରେ ବିଳମ୍ବିତ ରାତି ରାତିରେ ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ରାତି ପ୍ରାୟ ୧.୩୦ରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ସେହି ଗ୍ରାମର କଂଗ୍ରେସ ନାହାକ(୫୦)।

ହିଞ୍ଜିଳିକାଟୁ: ଆମ ସମାଜରୁ ଦିନକୁ ଦିନ ମାନବିକତା ମରିଯାଉଛି। ‘ଦୟା’ ବୋଲି ଥିବା ଶଦ୍ଦ ମନୁଷ୍ୟର ହୃଦୟରୁ ସରିଯାଉଛି। ବ୍ୟକ୍ତିଗତ ଲାଭ ହେଉ ଅବା ଆକ୍ରୋଶ କାରଣରୁ ପ୍ରଭାବଶାଳୀ ବ୍ୟକ୍ତି ନିରୀହ ଲୋକଙ୍କ ଉପରେ ନିର୍ଯାତନା ଦେଉଛି। ଅକାରଣରେ ହେଉ ଅଥବା ଭୁଲ ହେଉ, କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଉତ୍ତେଜିତ ଯୁବକ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଛି। ଯୁବକର ଏହି ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ହତ୍ୟା ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ କଂଗ୍ରେସ ନାହାକ(୫୦)। ନିଶା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଛି।
ଘଟଣାର ତଦନ୍ତ ଜାରି
ସୂଚନା ଅନୂଯାୟୀ, କଂଗ୍ରେସଙ୍କ ପୁଅ ଓ ପତ୍ନୀଙ୍କ ସହ ସେହି ଗ୍ରାମର ମିଟୁ ଆପଟ (୨୧)ଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। କଂଗ୍ରେସ ଏ ସମ୍ପର୍କରେ ମିଟୁଙ୍କୁ ପଚାରିବା ପରେ ସେ ଉତ୍ୟକ୍ତ ହୋଇ କଂଗ୍ରେସଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ହିଞ୍ଜିଳି ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଆସିକା ଏସଡ଼ିପିଓ ସୌରଭ ରଞ୍ଜନ ପ୍ରଧାନ, ହିଞ୍ଜିଳି ଥାନାଧିକାରୀ ଶ୍ରୀନିବାସ ସେଠୀ, ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟ ଓ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ସୌଜନ୍ୟ ସମ୍ବାଦ




