Horoscope 2026 October 13: ଜାଣନ୍ତୁ ଆଜିର ରାଶିଫଳ…
ପରିବାରରେ ସବୁ ଲୋକଙ୍କୁ ଆନନ୍ଦପ୍ରାପ୍ତି ହେବ। ଅର୍ଡର୍ ସପ୍ଲାଇଙ୍କର ଉନ୍ନତି ହେବ। କୋର୍ଟକଚେରିର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ।

ମେଷ: ପରିବାରରେ ସବୁ ଲୋକଙ୍କୁ ଆନନ୍ଦପ୍ରାପ୍ତି ହେବ। ଅର୍ଡର୍ ସପ୍ଲାଇଙ୍କର ଉନ୍ନତି ହେବ। କୋର୍ଟକଚେରିର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ବୃଷ: ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଜୀବନସାଥୀ ଠାରୁ ଖୁସି ଖବର ପାଇବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।
ମିଥୁନ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଦିନଟି ଭଲ।
କର୍କଟ: ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: ଚାକିରିଜୀବୀଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ସହ ବିଶେଷ ବିଷୟରେ କଥା ହେବେ। କୌଣସି ବାଦବିବାଦକୁ ପଶନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ଅଛି।
କନ୍ୟା: ଆପଣଙ୍କ ମନ ଆଧ୍ୟାତ୍ମିକ ପ୍ରତି ଅଧିକ ରହିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥା ଆପଣଙ୍କ କ୍ୟାରିୟରର ଦିଶାକୁ ବଦଳାଇ ଦେବେ। କୌଣସି ସହପାଠୀ ଆପଣଙ୍କୁ ନିଜର କଥା କହିବେ।
ତୁଳା: ଚାକିରି ବିଷୟରେ ଆପଣ ଅଧିକ ବ୍ୟବହାରିକ ରହିବେ। କାରବାରରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
ବିଛା: କୌଣସି କାମ କରିବା ପୂର୍ବରୁ ଜୀବନସାଥୀ ସହ ପରାମର୍ଶ କରିନିଅନ୍ତୁ ଭଲ ହେବ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।
ଧନୁ: ମନୋବଳସ୍ତର ଭଲ ରହିବ। ବେପାର ବଢ଼ାଇବା ପାଇଁ କୌଣସି ନୂଆ ନିୟମ ଆପଣଙ୍କ ସମ୍ମୁଖକୁ ଆସିବ। ଲାଗି ରହିଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।
ମକର: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଭୂସଂପତ୍ତି କିଣିବା ଯୋଗ ଅଛି। ପିଲାମାନଙ୍କ ଠାରୁ ଶୁଭଖବର ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
କୁମ୍ଭ: ଲାଗି ରହିଥିବା ମକଦ୍ଦମା ଜଟିଳ ଦିଗକୁ ଗତି କରିବ। ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାୟିତ୍ବ ଦିଆଯିବ। ବେପାରରେ ଲାଭ ହେବ।
ମୀନ: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ବହୁ ଦିନରୁ ସନ୍ଧାନରେ ଥିଲେ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ଅନ୍ତରଙ୍ଗ ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ।
ସୌଜନ୍ୟ ସମ୍ବାଦ




