ଜାତୀୟ

CJP Protest: ଆନ୍ଦୋଳନ ପାଇଁ ଜନ୍ତରମନ୍ତରରେ ପହଞ୍ଚିଲେ ସିଜେପି ନେତା, ୩ ଜଣଙ୍କୁ ଅଟକ ରଖିଲା ପୁଲିସ୍

ନୂଆଦିଲ୍ଲୀ,୧୩/୧୦; ଦିଲ୍ଲୀ ପୁଲିସକୁ ଚକମା ଦେଇ ଜନ୍ତରମନ୍ତରରେ ଆନ୍ଦୋଳନ ପାଇଁ ପହଞ୍ଚିଥିଲେ ସିଜେପି ନେତା । କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସଙ୍କୁ ଦିଲ୍ଲୀ ପୁଲିସ ପୁଣି ଅଟକ ରଖିଛି । ସୂଚନା ମୁତାବକ, ସୌରଭ ଦାସ ନିଜର କିଛି ସାଙ୍ଗଙ୍କ ସହ ଜନ୍ତରମନ୍ତରକୁ ଆସିଥିଲେ । ଆନ୍ଦୋଳନ ପାଇଁ ଜନ୍ତରମନ୍ତରରେ ପହଞ୍ଚିବା ପରେ ସୌରଭ ଦାସଙ୍କ ସମେତ ଆଶୁତୋଷ ରଙ୍କା ଓ ଆଜିଙ୍କ୍ୟ ସିନ୍ଦେଙ୍କୁ ପୁଲିସ୍ ଅଟକ ରଖିଛି ।

ସୂଚନା ମୁତାବକ, ସୌରଭ ଦାସ, ଆଶୁତୋଷ ରାଙ୍କାଙ୍କ ସମେତ ସିଜେପିର କିଛି ଲୋକ ଜନ୍ତରମନ୍ତ ନିକଟସ୍ଥ ଜେଡିୟୁ କାର୍ଯ୍ୟାଳୟ ପରିସର ପାର୍ଶ୍ୱରୁ ଭିତରକୁ ଆସି ଫାଟକରୁ ଡେଇଁ ଜନ୍ତରମନ୍ତରର ଗୋଟିଏ ପାର୍ଶ୍ୱକୁ ଯାଇଥିଲେ। ଯେଉଁଠାରେ ଦିଲ୍ଲୀ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲା । ଦିଲ୍ଲୀ ପୁଲିସ ମଧ୍ୟ ଏହି ମାମଲାରେ ଏଫ୍ଆଇଆର୍ ଦାଖଲ କରିପାରିବ । ଆଶୁତୋଷ ରାଙ୍କା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦିଆଯାଉଛି ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ କରାଯାଉଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button