Viral News : ଦାମୀ କାର୍, ବଡ଼ ରେଷ୍ଟୁରାଣ୍ଟ… ପ୍ରଥମ ଡେଟ୍ରେ ଉଡ଼ାଇଲେ ଲକ୍ଷେ, ସମ୍ପର୍କ ନ ବଢ଼ିବାରୁ ଫେରସ୍ତ ମାଗିଲେ ଟଙ୍କା

ନୂଆଦିଲ୍ଲୀ, ୧୩/୧୦ : ପ୍ରଥମ ଡେଟ୍କୁ ସ୍ମରଣୀୟ କରିବାକୁ ଜଣେ ବ୍ୟକ୍ତି ବିଳାସପୂର୍ଣ୍ଣ କାର୍ ବୁକ୍ କଲେ । ମିଶେଲିନ୍-ଷ୍ଟାର୍ ରେସ୍ତୋରାଁରେ ଟେବଲ ବୁକ୍ କଲେ ଏବଂ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ଡେଟ୍ ପରେ ମହିଳା ତାଙ୍କ ସହ ସମ୍ପର୍କ ଆଗକୁ ବଢ଼ାଇବାକୁ ମନା କରିଦେଲେ । ବ୍ୟକ୍ତି ଚନ୍ଦା ହୋଇଥିବାରୁ ତାଙ୍କୁ ବନ୍ଧୁ ବର୍ଗରେ ରଖିବାକୁ ନିଷ୍ପତ୍ତି ନେଇଥିବା ମହିଳା କହିଲେ । କିନ୍ତୁ ଏହା ପରେ ମାମଲା ଚର୍ଚ୍ଚାର ବିଷୟ ହେଲା । ବ୍ୟକ୍ତି ଡେଟ୍ରେ ଖର୍ଚ୍ଚ କରିଥିବା ଟଙ୍କା ମହିଳାଙ୍କୁ ଫେରସ୍ତ ମାଗିଲେ । ମାମଲା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।
ଉକ୍ତ ମହିଳାଙ୍କ କହିବା ଅନୁଯାୟୀ, ବ୍ୟକ୍ତି ନିଜର ପ୍ରଥମ ଡେଟ୍ ପାଇଁ ଖୁବ୍ ପ୍ରସ୍ତୁତି କରିଥିଲେ । ପ୍ରଥମେ କାର୍ ଡୋର୍ ଖୋଲି ତାଙ୍କୁ ସ୍ୱାଗତ କଲେ । ପୂରା ସନ୍ଧ୍ୟା ତାଙ୍କର ଖୁବ୍ ଧ୍ୟାନ ରଖିଲେ । ନିଜେ ସବୁ ଖାଦ୍ୟପେୟ ଅର୍ଡର୍ କଲେ । ଡେଟ୍ ରେ ସେ ନିଜକୁ ସୁରକ୍ଷିତ ଓ ସହଜ ଅନୁଭବ କଲେ । ଅର୍ଥାତ୍ ପ୍ରଥମ ଡେଟିଂର ଆରମ୍ଭ ତାଙ୍କ ପାଇଁ ବେଶ ଭଲ ଥିଲା । କିନ୍ତୁ ବ୍ୟକ୍ତିଙ୍କ ଚନ୍ଦାପଣ ଯୋଗୁ ଡେଟ୍ ଶେଷ ହେବା ପରେ ସମ୍ପର୍କକୁ ଆଗକୁ ନ ବଢ଼ାଇବାକୁ ସେ ନିଷ୍ପତ୍ତି ନେଲେ । ବନ୍ଧୁ ଭାବେ ରହିବାକୁ ତାଙ୍କୁ ପ୍ରସ୍ତାବ ଦେଲେ । ଏହା ଶୁଣି ଉକ୍ତ ବ୍ୟକ୍ତି ଜଣଙ୍କ ରାଗିଗଲେ ଏବଂ ମହିଳାଙ୍କ ପିଛା ଖର୍ଚ୍ଚ କରିଥିବା ଟଙ୍କା ଫେରସ୍ତ ମାଗିଲେ ।
ମହିଳା ଜଣଙ୍କ ଉକ୍ତ ବ୍ୟକ୍ତିଙ୍କ ସହ କରିଥିବା ଚାଟ୍ ସେୟାର କରିଛନ୍ତି । ଏଥିରେ ତାଙ୍କୁ ୧ ଲକ୍ଷ ଟଙ୍କା ଫେରସ୍ତ ମାଗିଥିବା ଉଲ୍ଲେଖ ହୋଇଛି । ଏ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । ମହିଳାଙ୍କ ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷେ, ତାଙ୍କୁ ସମ୍ପର୍କ ଆଗକୁ ବଢ଼ାଇବା ପାଇଁ ବାଧ୍ୟ କରିବା ଠିକ୍ ନୁହେଁ ବୋଲି ଆଉ କିଛି କହିଛନ୍ତି ।
ସୌଜନ୍ୟ ପ୍ରମେୟ




