Drishyam 3 Cast Salary: ‘ଦୃଶ୍ୟମ ୩’ ପାଇଁ ଅଜୟଙ୍କୁ ମିଳିଛି କେତେ ଟଙ୍କା ? ଜାଣନ୍ତୁ ଅନ୍ୟ କଳାକାରଙ୍କ ପାରିଶ୍ରମିକ

ନୂଆଦିଲ୍ଲୀ ୧୩/୧୦: ବିଜୟ ସାଲଗାଓଁକର ଚରିତ୍ରରେ ବଡ଼ପରଦାକୁ ପୁଣି ଥରେ ଫେରିଛନ୍ତି ଅଜୟ ଦେବଗନ । ‘ଦୃଶ୍ୟମ’ ସିରିଜ୍ର ଶେଷ ଭାଗ ଦର୍ଶକଙ୍କୁ ଭଲ ଲାଗିଛି । ଏହା ମଧ୍ୟରେ ଫିଲ୍ମର ତାରକାମାନଙ୍କ ପାରିଶ୍ରମିକ ନେଇ କୌତୂହଳ ସୃଷ୍ଟି ହୋଇଛି । କିଏ ଏହି ଫିଲ୍ମ ପାଇଁ କେତେ ଟଙ୍କା ନେଇଛନ୍ତି, ଆସନ୍ତୁ ଜାଣିବା।
ବଲିଉଡ୍ ସୂତ୍ର ଅନୁସାରେ ‘ଦୃଶ୍ୟମ ୩’ ପାଇଁ ଅଜୟ ଦେବଗନ ପାରିଶ୍ରମିକ ଭାବେ ନେଇଛନ୍ତି ୧୮ ରୁ ୨୨ କୋଟି ଟଙ୍କା । ତେବେ ୨୦୨୨ ମସିହାରେ ମୁକ୍ତି ପାଇଥିବା ‘ଦୃଶ୍ୟମ ୨’ ପାଇଁ ଅଜୟ କାଳେ ୩୦ କୋଟି ଟଙ୍କା ନେଇଥିଲେ । ଅର୍ଥାତ୍ ପୂର୍ବ ସିନେମା ତୁଳନାରେ ଏହି ସିନେମାରେ ଅଜୟ କମ୍ ପାରିଶ୍ରମିକ ନେଇଛନ୍ତି । ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ରହିଛନ୍ତି ତବୁ । ତାଙ୍କ ପାରିଶ୍ରମିକ ଅଢ଼େଇରୁ ସାଡ଼େ ତିନିକୋଟି ଟଙ୍କା ବୋଲି ଜାଣିବାକୁ ମିଳିଛି । ନନ୍ଦିନୀ ସାଲଗାଓଁକର ଚରିତ୍ରରେ ଶ୍ରିୟା ସରନ ନେଇଛନ୍ତି ୧ କୋଟି ଟଙ୍କା । ବିଜୟ ଓ ନନ୍ଦିନୀଙ୍କ ବଡ଼ଝିଅ ଭୂମିକାରେ ପୂର୍ବ ଭଳି ଦେଖିବାକୁ ମିଳିଛି ଇଶିତା ଦତ୍ତଙ୍କୁ । ସେ ଏଥର ଏହି ଚରିତ୍ର ପାଇଁ ୮୦ ଲକ୍ଷ ଟଙ୍କା ପାରିଶ୍ରମିକ ପାଇଛନ୍ତି ।
ସୌଜନ୍ୟ ପ୍ରମେୟ




