ମନୋରଞ୍ଜନ

Drishyam 3 Cast Salary: ‘ଦୃଶ୍ୟମ ୩’ ପାଇଁ ଅଜୟଙ୍କୁ ମିଳିଛି କେତେ ଟଙ୍କା ? ଜାଣନ୍ତୁ ଅନ୍ୟ କଳାକାରଙ୍କ ପାରିଶ୍ରମିକ

ନୂଆଦିଲ୍ଲୀ ୧୩/୧୦: ବିଜୟ ସାଲଗାଓଁକର ଚରିତ୍ରରେ ବଡ଼ପରଦାକୁ ପୁଣି ଥରେ ଫେରିଛନ୍ତି  ଅଜୟ ଦେବଗନ । ‘ଦୃଶ୍ୟମ’ ସିରିଜ୍‌ର ଶେଷ ଭାଗ ଦର୍ଶକଙ୍କୁ ଭଲ ଲାଗିଛି । ଏହା  ମଧ୍ୟରେ ଫିଲ୍ମର ତାରକାମାନଙ୍କ ପାରିଶ୍ରମିକ ନେଇ କୌତୂହଳ ସୃଷ୍ଟି ହୋଇଛି ।  କିଏ ଏହି ଫିଲ୍ମ ପାଇଁ କେତେ ଟଙ୍କା ନେଇଛନ୍ତି, ଆସନ୍ତୁ ଜାଣିବା।

ବଲିଉଡ୍‌ ସୂତ୍ର ଅନୁସାରେ ‘ଦୃଶ୍ୟମ ୩’  ପାଇଁ ଅଜୟ ଦେବଗନ ପାରିଶ୍ରମିକ  ଭାବେ ନେଇଛନ୍ତି ୧୮ ରୁ ୨୨ କୋଟି  ଟଙ୍କା । ତେବେ ୨୦୨୨ ମସିହାରେ  ମୁକ୍ତି ପାଇଥିବା ‘ଦୃଶ୍ୟମ ୨’ ପାଇଁ  ଅଜୟ କାଳେ ୩୦ କୋଟି ଟଙ୍କା  ନେଇଥିଲେ । ଅର୍ଥାତ୍‌ ପୂର୍ବ ସିନେମା  ତୁଳନାରେ ଏହି ସିନେମାରେ  ଅଜୟ କମ୍‌ ପାରିଶ୍ରମିକ  ନେଇଛନ୍ତି । ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ  ଚରିତ୍ରରେ ରହିଛନ୍ତି ତବୁ । ତାଙ୍କ  ପାରିଶ୍ରମିକ ଅଢ଼େଇରୁ ସାଡ଼େ  ତିନିକୋଟି ଟଙ୍କା ବୋଲି  ଜାଣିବାକୁ ମିଳିଛି । ନନ୍ଦିନୀ  ସାଲଗାଓଁକର ଚରିତ୍ରରେ ଶ୍ରିୟା ସରନ ନେଇଛନ୍ତି ୧  କୋଟି ଟଙ୍କା । ବିଜୟ ଓ ନନ୍ଦିନୀଙ୍କ ବଡ଼ଝିଅ ଭୂମିକାରେ  ପୂର୍ବ ଭଳି ଦେଖିବାକୁ ମିଳିଛି ଇଶିତା ଦତ୍ତଙ୍କୁ । ସେ  ଏଥର ଏହି ଚରିତ୍ର ପାଇଁ ୮୦ ଲକ୍ଷ ଟଙ୍କା ପାରିଶ୍ରମିକ  ପାଇଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button