ରାଜ୍ୟ
Landslides: ସୁଙ୍କି, ଦେଓମାଳି, କଳିଙ୍ଗା ସମେତ ୬ ଘାଟିରେ ଭୂସ୍ଖଳନ
ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରରେ ତାଣ୍ଡବ ରଚିଛି, ହେଲେ ଏହାର ପ୍ରଭାବ କୋରାପୁଟରେ ବି ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ନନ୍ଦପୁର-ବିଶାଖାପାଟଣା, ସୁଙ୍କି, ଦେଓମାଳି, ଚିକଲାମାରି, କୋଟିଆ ଓ ତଳମିଟିଙ୍ଗ ପାହାଡ଼ରେ ଭୂସ୍ଖଳନ...

ପଟାଙ୍ଗି/ନନ୍ଦପୁର/ଲକ୍ଷ୍ମୀପୁର/ଲମତାପୁଟ: ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରରେ ତାଣ୍ଡବ ରଚିଛି, ହେଲେ ଏହାର ପ୍ରଭାବ କୋରାପୁଟରେ ବି ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ନନ୍ଦପୁର-ବିଶାଖାପାଟଣା, ସୁଙ୍କି, ଦେଓମାଳି, ଚିକଲାମାରି, କୋଟିଆ ଓ ତଳମିଟିଙ୍ଗ ପାହାଡ଼ରେ ଭୂସ୍ଖଳନ ହୋଇ ଘାଟିରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଆନ୍ଧ୍ର-ଓଡ଼ିଶା ସମେତ ପଟାଙ୍ଗି, ନନ୍ଦପୁର, ଲକ୍ଷ୍ମୀପୁର ବ୍ଲକ୍ର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ନନ୍ଦପୁର ବ୍ଲକ୍ର ପାଡୁଆରୁ ଆର୍କୁ ଦେଇ ବିଶାଖାପାଟଣାକୁ ସଂଯୋଗ କରୁଥିବା ଅନନ୍ତଗିରି ଘାଟିରାସ୍ତାର ସୁକାରମେଟୁ ନିକଟରେ ଭୂସ୍ଖଳନ ହୋଇଛି।
ସୌଜନ୍ୟ ସମ୍ବାଦ




