Odisha-Services match: ଓଡ଼ିଶା-ସର୍ଭିସେସ୍ ମ୍ୟାଚ ଅମୀମାଂସିତ: ପଏଣ୍ଟ ବାଣ୍ଟିଲେ ଦୁଇ ଦଳ
ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଦ୍ବିତୀୟ ଓ ତୃତୀୟ ଦିନର ଖେଳ ସଂପୂର୍ଣ୍ଣ ବାତିଲ ହେବା ସହ ଚତୁର୍ଥ ଦିନରେ ମାତ୍ର ୭ ଓଭରର ଖେଳ ସମ୍ଭବ ହୋଇଥିଲା। ତେବେ ସ୍ଥାନୀୟ କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା...

ଭୁବନେଶ୍ବର: ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଦ୍ବିତୀୟ ଓ ତୃତୀୟ ଦିନର ଖେଳ ସଂପୂର୍ଣ୍ଣ ବାତିଲ ହେବା ସହ ଚତୁର୍ଥ ଦିନରେ ମାତ୍ର ୭ ଓଭରର ଖେଳ ସମ୍ଭବ ହୋଇଥିଲା। ତେବେ ସ୍ଥାନୀୟ କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଓଡ଼ିଶା-ସର୍ଭିସେସ୍ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ୍ ମ୍ୟାଚ୍ ବିନା ହାର୍ ଜିତ୍ରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ୍ ବାଣ୍ଟିଛନ୍ତି। ଏହି ଡ୍ର’ ମ୍ୟାଚ୍ରୁ ମଧ୍ୟ ଓଡ଼ିଶା ଓ ସର୍ଭିସେସ୍ ଚଳିତ ଋତୁରେ ନିଜନିଜର ପଏଣ୍ଟ୍ ଖାତା ଖୋଲିଛନ୍ତି। ଦୁଇଟି ଯାକ ଦଳ ନିଜ ପ୍ରଥମ ଦୁଇ ମ୍ୟାଚ୍ରେ ପରାଜିତ ହେବା ପରେ କିଟ୍ରେ ପ୍ରଥମ ବିଜୟ ସନ୍ଧାନରେ ଥିଲେ। ହେଲେ ଲଗାଣ ବର୍ଷା ଏହା କରାଇ ଦେଇ ନଥିଲା। ମୋଟ ଉପରେ ମାତ୍ର ୯୯.୩ ଓଭର ଖେଳ ସମ୍ଭବ ହୋଇ ପାରିଥିବା ଏହି ମ୍ୟାଚ୍ରେ ସର୍ଭିସେସ୍ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଦିନରେ ଓଡ଼ିଶା ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮୨.୩ ଓଭରରେ ମାତ୍ର ୧୯୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ସର୍ଭିସେସ୍ ପ୍ରଥମ ଦିନରେ ମାତ୍ର ୫ ଓଭର ଖେଳି ବିନା କ୍ଷତିରେ ୧୩ ରନ୍ କରିଥିଲା।
ସୌଜନ୍ୟ ସମ୍ବାଦ




