ମନୋରଞ୍ଜନ
Ramayana: ‘ରାମାୟଣ’ରେ ରାହାଙ୍କ ପଦାର୍ପଣ
ପ୍ରେକ୍ଷାଳୟଗୁଡ଼ିକରେ ଆଜି ରିଲିଜ୍ ହେଉଛି ବହୁ ପ୍ରତୀକ୍ଷିତ ସିନେମା ‘ରାମାୟଣ’। ନିତେଶ ତିୱାରୀଙ୍କ ଏହି ବିଗ୍ ବଜେଟ୍ ସିନେମାରେ ଡେବ୍ୟୁ କରିଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁର।

ପ୍ରେକ୍ଷାଳୟଗୁଡ଼ିକରେ ଆଜି ରିଲିଜ୍ ହେଉଛି ବହୁ ପ୍ରତୀକ୍ଷିତ ସିନେମା ‘ରାମାୟଣ’। ନିତେଶ ତିୱାରୀଙ୍କ ଏହି ବିଗ୍ ବଜେଟ୍ ସିନେମାରେ ଡେବ୍ୟୁ କରିଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁର। ମାତ୍ର ୩ ବର୍ଷ ବୟସରେ ରାହା ବଲିଉଡ୍ରେ ପାଦ ଥାପିଥିବା କଥା ନିଜେ ପିତା ରଣବୀର ଏକ ସାକ୍ଷାତ୍କାରରେ କହିଛନ୍ତି। ରଣବୀରଙ୍କ ଅଭିନୀତ ଏହି ସିନେମାରେ ରାହାଙ୍କର ଏକ ଛୋଟ ଦୃଶ୍ୟ ରହିଛି। ସେ ରଣବୀର, ଅଭିନେତ୍ରୀ ସାଇ ପଲ୍ଲବୀ ଓ ଅଭିନେତା ରବି ଦୁବେଙ୍କ ସହ ଏକ ଦୃଶ୍ୟରେ ନଜର ଆସିଛନ୍ତି।
ସୌଜନ୍ୟ ସମ୍ବାଦ




