ରାଜ୍ୟ

Jharigaon Court Attack: କୋର୍ଟରେ ଅଙ୍ଗନବାଡ଼ିକର୍ମୀଙ୍କ ଉନ୍ମତ୍ତକାଣ୍ଡ ଘଟଣା: ନବରଙ୍ଗପୁରରେ ହାଇକୋର୍ଟ ବିଚାରପତି ଭି.ନରସିଙ୍ଗଙ୍କ ତଦନ୍ତ

ନବରଙ୍ଗପୁର ଝରିଗାଁ କୋର୍ଟରେ ମାଜିଷ୍ଟ୍ରେଟ୍‌ଙ୍କ ସମେତ ତିନିଜଣଙ୍କ ଉପରେ ଆକ୍ରମଣ ମାମଲାରେ ଅଙ୍ଗନବାଡ଼ି କର୍ମୀ ଗିରଫ ହୋଇଛନ୍ତି। ହାଇକୋର୍ଟ ବିଚାରପତି ତଦନ୍ତ କରିଛନ୍ତି।

  • ମାଜିଷ୍ଟେଟ୍‌ ଆହତ ହୋଇ ଚିକିତ୍ସାଧୀନ
  • ବିଚାରବିଭାଗୀୟ ହାଜତକୁ ଗଲେ ମହିଳା
  • ଜିଲ୍ଲା ଓକିଲ ସଂଘ ସଭାପତିଙ୍କ ନିନ୍ଦା

ନବରଙ୍ଗପୁର (ସୁରେଶ ନାଇଡ଼ୁ): ଚଳିତ ମାସ ୭ ତାରିଖରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ପ୍ରଥମଶ୍ରେଣୀ (ଜେଏମ୍‌ଏଫ୍‌ସି) କୋର୍ଟ ପ୍ରକୋଷ୍ଠରେ ପଶି  ଜଣେ ମହିଳା ଲୁହାଛଡ଼ରେ ମାଜିଷ୍ଟ୍ରେଟ୍‌ ସ୍ମିତା ଲାକ୍ରା, ସହକାରୀ ସରକାରୀ ଓକିଲ (ଏପିପି) ପ୍ରଦୀନ କୁମାର ପଟ୍ଟନାୟକ ଓ କୋର୍ଟ ଏଏସ୍‌ଆଇ ମୀନକେତନ ଗନ୍ତାୟକଙ୍କୁ ଆକ୍ରମଣ କରିଥିଲେ। ଏହି ମାମଲାରେ ଆଜି (ସୋମବାର) ଅଭିଯୁକ୍ତ ମହିଳାଙ୍କୁ ଗରିଫକରାଯାଇ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଅପରପକ୍ଷରେ ହାଇକୋର୍ଟର ବିଚାରପତି ଭି ନରସିଂହ ନବରଙ୍ଗପୁର ପହଞ୍ଚି ମାମଲାର ଅନୁସନ୍ଧାନ କରିଛନ୍ତି।

ସୂଚନାନୁସାରେ, ଘଟଣା ଦିନ ଏପିପିଙ୍କ ଡାକରା ପାଇ ମହିଳା ଅଙ୍ଗନୱାଡୀ  କର୍ମୀ ସନମତି ମାଝୀ  ବ୍ୟାଗରେ ଲୁହା ଛଡ଼ ଲୁଚାଇ ଆଣି କୋର୍ଟ ପ୍ରକୋଷ୍ଠକୁ ଆସିଥିଲେ। ପ୍ରକୋଷ୍ଠରେ ପହଞ୍ଚି ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ତଦନ୍ତରୁ ଜଣାଯାଇଛି। ଏନେଇ ଝରିଗାଁ ପୁଲିସ ନଂ ୨୧୯/୨୦୨୬ରେ ଏକ ମାମଲା ରୁଜୁ କରି ସନମତିଙ୍କୁ ଗିରଫ କରିଛି।

ଅପରପକ୍ଷରେ, ହାଇକୋର୍ଟର ବିଚାରପତି ଭି.ନରସିଙ୍ଗ ନବରଙ୍ଗପୁର ଗସ୍ତରେ ଆସି ମାମଲାର ତଦନ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ମାଜିଷ୍ଟେଟ୍‌ଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରିବା ବୁଝିଥିଲେ। ପରେ ସର୍କିଟହାଉସରେ ଏପିପି ଶ୍ରୀପଟ୍ଟନାୟକ, ଝରିଗାଁ ଥାନା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ସହ ହାଇକୋର୍ଟ ରେଜିଷ୍ଟ୍ରାର ବିକ୍ରମ ପଟ୍ଟନାୟକ, ଜିଲ୍ଲା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ଉପସ୍ଥିତ ଥିଲେ।
ଡିଏମଓ ଡ.ସୁକାନ୍ତ କୁମାର ଶତପଥୀ ଚିକିତ୍ସାଧୀନ ଥିବା ମାଜିଷ୍ଟ୍ରେଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି।

ସର୍କିଟହାଉସ ବୈଠକରେ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ତୁରନ୍ତ ଓକିଲ ସୁରକ୍ଷା ଅଧିନିୟମକୁ ତୁରନ୍ତ ଲାଗୁ କରିବା ସହ କୋର୍ଟ ପରିସରରେ ଥିବା ସମସ୍ତ ଓକିଲ ତଥା କର୍ମଚାରୀ ମାନଙ୍କ ସୁରକ୍ଷାକୁ କଡାକଡି କରିବା ପାଇଁ ସଭ୍ୟ ପି.ରମେଶ ପାତ୍ର ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତନିର୍ଦ୍ଦେଶକ ସରକାରୀଓକିଲ ରୂପେଶ ପ୍ରାଧନୀ,ପବ୍ଲିକ ପ୍ରୋସିକ୍ୟୁଟର ମନୋଜ କୁମାର ଏକ୍କା, ମୃତ୍ୟୁଞ୍ଜୟ ମହାରଣା, ଶ୍ରୀକାନ୍ତ କୁମାର ପଣ୍ଡା, ସୀମାଞ୍ଚଳ ପାଢ଼ୀ, ଶତାବ୍ଦୀ ପାଳ, ପ୍ରଶାନ୍ତ ପଟ୍ଟନାୟକ, ରାମଚନ୍ଦ୍ର ନାୟକ, ସଞ୍ଜୀବ ଭକ୍ତ, ଶ୍ରୀନିବାସ ପାତ୍ର,  ବିଧୁଶେଖର ତ୍ରିପାଠୀ, ସ୍ଵାଗତିକା ସାମନ୍ତରାୟ, କିଶୋରୀ ପଟ୍ଟନାୟକ, ସତୀଶ ନାୟକ, ଓକିଲ ତପନ ସିଂ, ହରିନାରାୟଣ ବେହେରା, ଦେବୀ ପ୍ରସାଦ ସିଂ,ସମରେଶ ଗନ୍ତାୟତ,ଦାଶରଥି ପଟ୍ଟନାୟକ,ଶ୍ରୀନିବାସ ପଟ୍ଟନାୟକ, ମୀନକେତନ ପରିଛା, ଜ୍ୟୋତିରଞ୍ଜନ ପୂଜାରୀ, ଶାନ୍ତନୁ ବାହିନୀପତି, ପ୍ରଫୁଲ୍ଲ ସିଂ,ହରିଶ୍ଚନ୍ଦ୍ର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଘଟଣାକୁ ଜିଲ୍ଲା ଓକିଲ ସଂଘର ସଭାପତି ସନ୍ତୋଷ ମିଶ୍ର ନିନ୍ଦା କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button