ଦେଶ ବିଦେଶ

NCP: ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଚର୍ଚ୍ଚା ମଧ୍ୟରେ ନିରବତା ଭାଙ୍ଗିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ,

ମହାରାଷ୍ଟ୍ରରେ ଏନ୍‌ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ମିଶ୍ରଣ ହେବା ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ବୁଧବାର ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି (ଅଜିତ ପାୱାର) ଗୋଷ୍ଠୀର ସଭାପତି ସୁନେତ୍ରା ପାୱାର।

ମୁମ୍ବାଇ: ମହାରାଷ୍ଟ୍ରରେ ଏନ୍‌ସିପିର ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ମିଶ୍ରଣ ହେବା ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ବୁଧବାର ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି (ଅଜିତ ପାୱାର) ଗୋଷ୍ଠୀର ସଭାପତି ସୁନେତ୍ରା ପାୱାର। ଦଳର ମିଶ୍ରଣ ସମ୍ପର୍କରେ ସିଧାସଳଖ କୌଣସି ଉତ୍ତର ନଦେଇ ସେ କହିଛନ୍ତି, ସମୟ ଆସିଲେ ସବୁ କିଛି ସ୍ପଷ୍ଟ ହୋଇଯିବ।

ସାମ୍ବାଦିକ ସମ୍ମିଳନୀ କରିଥିଲେ ସୁନେତ୍ରା
ନଭେମ୍ବର ୧୫ରେ ବିର୍ସା ମୁଣ୍ଡାଙ୍କ ୧୯୧ତମ ଜୟନ୍ତୀ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ ଘୋଷଣା ପାଇଁ ସୁନେତ୍ରା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଏନ୍‌ସିପିର ଦୁଇ ଗୋଷ୍ଠୀ ମିଶ୍ରଣ ସମ୍ଭାବନା ସମ୍ପର୍କରେ ପ୍ରଶ୍ନ ହୋଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଆପଣମାନେ ମିଶ୍ରଣ ପ୍ରସଙ୍ଗ ସମ୍ପର୍କରେ ଜାଣିବାକୁ ଅଧିକ ଆଗ୍ରହୀ ବୋଲି ମୁଁ ଜାଣିଛି। କିନ୍ତୁ ଉପଯୁକ୍ତ ସମୟରେ ସବୁ କିଛି ଜଣାପଡ଼ିବ।

ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଆଲୋଚନା
ଗତ କିଛିଦିନ ଧରି ଏହି ମିଶ୍ରଣ ଚର୍ଚ୍ଚା ଜୋର ଧରିଛି। ଏନ୍‌ସିପିର କେତେକ ବରିଷ୍ଠ ନେତା ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଅନ୍ୟପଟେ ସୁନେତ୍ରାଙ୍କ ପୁଅ ତଥା ସାଂସଦ ପାର୍ଥ ପାୱାର ଓ ଅନ୍ୟ କେତେକ ନେତା ଏନ୍‌ସିପି (ଶରଦଚନ୍ଦ୍ର ପାୱାର) ଗୋଷ୍ଠୀର ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଭେଟିଥିଲେ। ତେବେ ଏହା କେବଳ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ଥିଲା ଓ ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା ସେମାନେ କହିଥିଲେ।

ଏନ୍‌ସିପିର ମହାରାଷ୍ଟ୍ର ରାଜ୍ୟ ସଭାପତି ସୁନୀଲ ତଟକରେ ମଧ୍ୟ ପୂର୍ବରୁ କହିଥିଲେ ଯେ,ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଆଲୋଚନା ହୋଇଥିଲା। ତାଙ୍କ କହିବା ଅନୁସାରେ, ଦଳର ଦିବଂଗତ ନେତା ଅଜିତ ପାୱାର ଜୀବିତ ଥିଲେ ଫେବ୍ରୁଆରି ୧୨ରେ ଏହି ମିଶ୍ରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥାନ୍ତା। ଜାନୁଆରି ୨୮ରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏହି ପ୍ରକ୍ରିୟା ଅଟକି ଯାଇଥିଲା। ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ଦୁଇ ଗୋଷ୍ଠୀର ମିଶ୍ରଣ ହେବ କି ନାହିଁ, ତାହା ଶରଦ ପାୱାର ଓ ସୁନେତ୍ରା ପାୱାର ହିଁ ସ୍ପଷ୍ଟ କରିପାରିବେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button