ଜାତୀୟ

India population: ଚର୍ଚ୍ଚାରେ ଦିଲ୍ଲୀ ବିଲ୍‌ବୋର୍ଡ, ଭାରତର ଜନସଂଖ୍ୟା ୧୪୮ କୋଟି ଟପିଲା

ନୂଆଦିଲ୍ଲୀ, ୧୨/୧୧: ଦିଲ୍ଲୀର ଏମ୍ସ ନିକଟରେ ଲାଗିଥିବା ଏକ ବିଶାଳ ଡିଜିଟାଲ ବିଲ୍‌ବୋର୍ଡ ସୋସିଆଲ ମିଡିଆର ଧ୍ୟାନ ଆକର୍ଷଣ କରିଛି । ଭାରତର ଦ୍ରୁତ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଏହା ଦର୍ଶାଇଛି, ଯେଉଁଥିରେ ଦେଶର ଜନସଂଖ୍ୟା ୧୪୮ କୋଟି ଟପିଥିବା ଦେଖିବାକୁ ମିଳିଛି । ଏହି ସଂଖ୍ୟା ସହିତ ଭାରତ ଚୀନ୍‌ଠୁ ଢେର ଆଗରେ ଅଛି । ଚୀନ୍‌ରେ ପରିବାର ଆକାର ଲଗାତାର କମୁଥିବା ବେଳେ ଲୋକସଂଖ୍ୟା ୩୩.୯ ଲକ୍ଷ ହ୍ରାସ ପାଇ ୧୪୦ କୋଟିରେ ପହଞ୍ଚିଛି ।

ବିଲ୍‌ବୋର୍ଡର ଭିଡିଓରେ ଭାରତର ଜନସଂଖ୍ୟା ପ୍ରତି ସେକେଣ୍ଡ ବଢୁଥିବା ଦେଖିବାକୁ ମିଳିଛି । ଏହା ଏକ ଲାଇଭ୍ ଜନସଂଖ୍ୟା ଟ୍ରାକର୍ ଭଳି ଦିଶୁଥିଲେ ହେଁ, ପ୍ରକୃତରେ ଜନସାଂଖ୍ୟିକ ଅନୁମାନ ଉପରେ ଆଧାରିତ । ଭାଇରାଲ ଭିଡିଓ ଅନୁସାରେ, ବିଲ୍‌ବୋର୍ଡରେ ଜନସଂଖ୍ୟା ଯେଉଁ ବେଗରେ ପରିବର୍ତ୍ତନ ହେଉଛି, ଖୁବ୍‌ଶୀଘ୍ର ୧୫୦ କୋଟି ଛୁଇଁବ । ଜନସଂଖ୍ୟାରେ ଏହି ଦ୍ରୁତ ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି । ଆଗାମୀ ୩୦ ବର୍ଷ ପାଇଁ ଏକ ସନ୍ତାନ ନୀତି ଆବଶ୍ୟକ ବୋଲି ଜଣେ ୟୁଜର୍ ପ୍ରତିକ୍ରିୟା ଦେଇଛନ୍ତି । ଜାତିସଂଘର ଆକଳନ ଅନୁସାରେ, ୨୦୨୩ରେ ଭାରତ ଚୀନ୍‌କୁ ଟପି ବିଶ୍ୱର ସର୍ବାଧିକ ଜନସଂଖ୍ୟାବିଶିଷ୍ଟ ଦେଶ ହୋଇଥିଲା । ଦେଶର ଅନେକ ସ୍ଥାନରେ ପ୍ରଜନନ ହାର ଖସିବା ସତ୍ତେ୍ୱ ଜନସଂଖ୍ୟା ନିରନ୍ତର ବଢ଼ିଚାଲିଛି । ଅନୁମାନ ଅନୁସାରେ, ୨୦୨୮ ମସିହା ସୁଦ୍ଧା ଦେଶର ଜନସଂଖ୍ୟା ୧୫୦ କୋଟି ଟପିବ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button