Belonging Book : ୩୫ ବର୍ଷ ହେଲା ରାଜୀବଙ୍କ ହତ୍ୟା ଫଟୋ ଦେଖିନାହାଁନ୍ତି ସୋନିଆ

ନୂଆଦିଲ୍ଲୀ, ୧୨/୧୧ : ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ୩ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ବିତିଲାଣି । ବିସ୍ଫୋରଣ ପରେ ରାଜୀବଙ୍କ ମୃତ ଶରୀରର ଫଟୋ ଉଠାଯାଇଥିଲା, ଯାହାକୁ ଆଜି ଯାଏ ଦେଖିନାହାନ୍ତି ସୋନିଆ ଗାନ୍ଧୀ । ତାଙ୍କ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା ଏହି ଭୟଙ୍କର ଦୃଶ୍ୟଠୁ ତାଙ୍କୁ ଦୂରେଇ ରଖିଛନ୍ତି । ନିଜ ପୁସ୍ତକରେ ସୋନିଆ ଲେଖିଛନ୍ତି, ସମ୍ବାଦପତ୍ର ଓ ପତ୍ରିକାଗୁଡ଼ିକ ତାଙ୍କ ହାତକୁ ଯିବା ପୂର୍ବରୁ ସେଗୁଡ଼ିକୁ ଭଲଭାବେ ଯାଞ୍ଚ କରିବାକୁ ରାହୁଲ ଓ ପ୍ରିୟଙ୍କା ସେମାନଙ୍କ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇଥିବା ରାଜୀବଙ୍କ ହତ୍ୟାର ଫଟୋଗୁଡ଼ିକୁ ଉଭୟ ସୋନିଆଙ୍କଠୁ ଦୂରରେ ରଖିଥିଲେ ।
ସୋନିଆ ଲେଖିଛନ୍ତି, ସେହି ଜଟିଳ ସମୟରେ ସେ ସୁରକ୍ଷା ଆବଶ୍ୟକ କରୁଥିବା ଜଣେ ଶିଶୁ ପାଲଟି ଯାଇଥିଲେ । ରାହୁଲ ଓ ପ୍ରିୟଙ୍କା ତାଙ୍କ ମାତାପିତା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଘଟଣାର ୩୫ ବର୍ଷ ପରେ ବି ବିସ୍ଫୋରଣ ପରେ ରାଜୀବଙ୍କର ଶେଷ ଫଟୋକୁ ସେ ଦେଖିନାହାନ୍ତି । ନିକଟରେ ପ୍ରକାଶ ପାଇଥିବା ପୁସ୍ତକ ବିଲଙ୍ଗିଙ୍ଗ୍ ରେ ଏଭଳି ଆହୁରି କେତେ ଅକୁହା କଥା କହିଛନ୍ତି ସୋନିଆ ।
ସୌଜନ୍ୟ ସମ୍ବାଦ




