2031 ODI World Cup: ଭାରତରେ ୨୦୩୧ ଦିନିକିଆ ବିଶ୍ବକପ୍, ୨୦୨୯ ଚାମ୍ପିଅନ୍ସ ଟ୍ରଫି
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୫ ମସିହା ପର୍ଯ୍ୟନ୍ତ ଏହାର ଗ୍ଲୋବାଲ୍ କ୍ୟାଲେଣ୍ଡର୍ ଘୋଷଣା କରିଛି। ଏହା ମଧ୍ୟରେ ୨ଟି ପ୍ରମୁଖ ଆଇସିସି ଇଭେଣ୍ଟ୍ ଭାରତକୁ ମିଳିଛି।

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୨୦୨୫ ମସିହା ପର୍ଯ୍ୟନ୍ତ ଏହାର ଗ୍ଲୋବାଲ୍ କ୍ୟାଲେଣ୍ଡର୍ ଘୋଷଣା କରିଛି। ଏହା ମଧ୍ୟରେ ୨ଟି ପ୍ରମୁଖ ଆଇସିସି ଇଭେଣ୍ଟ୍ ଭାରତକୁ ମିଳିଛି। ୨୦୨୯ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୧ରେ ଆଇସିସି ଦିନିକିଆ ବିଶ୍ବକପ୍ ଖେଳାଯିବ ଭାରତରେ। ଦିନିକିଆ ବିଶ୍ବକପ୍ରେ ବାଂଲାଦେଶ ଅନ୍ୟତମ ସହଯୋଗୀ ରାଷ୍ଟ୍ର ହେବ। ଏହା ସେହି ବର୍ଷ ଅକ୍ଟୋବର ୯ରୁ ନଭେମ୍ବର ୨୩ ତାରିଖ ମଧ୍ୟରେ ଖେଳାଯିବ।
ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେହିଭଳି ୨୦୨୮ ଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାର ପୁରୁଷ ବର୍ଗ ସେହିବର୍ଷ ଫେବ୍ରୁଆରି ୫ରୁ ୧୩ ପର୍ଯ୍ୟନ୍ତ ଆମେରିକାରେ ଏବଂ ମହିଳା ବର୍ଗ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ବାଂଲାଦେଶରେ ଖେଳାଯିବ। ୨୦୨୯ ଏବଂ ୨୦୩୧ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଇଂଲଣ୍ଡରେ ଖେଳାଯିବ।
ସୌଜନ୍ୟ ସମ୍ବାଦ




