ଖେଳ

National Para-Swimming: ଜାତୀୟ ପାରା ସନ୍ତରଣ: ପଦକରେ ଓଡ଼ିଶାର ପ୍ରଥମ ଅର୍ଦ୍ଧଶତକ

ଜାତୀୟ ପାରା ସନ୍ତରଣରେ ଓଡ଼ିଶା ନୂଆ ଇତିହାସ ରଚିଛି। ଭୋପାଳରେ ରବିବାର ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ଥର ୫୦ ପଦକ ଜିତି ନୂଆ ରେକର୍ଡ ଛୁଇଁଛି। ସେଥିମଧ୍ୟରେ ରହିଛି ୧୫ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୧୫ଟି କାଂସ୍ୟ ପଦକ।

ଭୁବନେଶ୍ୱର: ଜାତୀୟ ପାରା ସନ୍ତରଣରେ ଓଡ଼ିଶା ନୂଆ ଇତିହାସ ରଚିଛି। ଭୋପାଳରେ ରବିବାର ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ଥର ୫୦ ପଦକ ଜିତି ନୂଆ ରେକର୍ଡ ଛୁଇଁଛି। ସେଥିମଧ୍ୟରେ ରହିଛି ୧୫ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୧୫ଟି କାଂସ୍ୟ ପଦକ। ମହିଳା ପାରା ସନ୍ତରଣକାରୀ ଲିନା ସ୍ୱାଇଁ ଏସ୍‌-୧୩ ବର୍ଗର ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌, ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ ଓ ଫ୍ରିଷ୍ଟାଇଲ୍‌ରେ ସ୍ୱର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ପଦକ ବିଜେତାଙ୍କ ମଧ୍ୟରେ ରହିଛନ୍ତି କମଳାକାନ୍ତ ନାୟକ (୨ ସ୍ୱର୍ଣ୍ଣ, ୧ ରୌପ୍ୟ), ବଳରାମ ସ୍ୱାଇଁ (୨ ରୌପ୍ୟ, ୧ କାଂସ୍ୟ), ସୁଧୀର ମଲ୍ଲିକ (୧ ସ୍ୱର୍ଣ୍ଣ), ପ୍ରଦୀପ୍ତ କୁମାର ସ୍ୱାଇଁ (୧ ରୌପ୍ୟ, ୨ କାଂସ୍ୟ), ନରହରି ବେହେରା (୨ ସ୍ୱର୍ଣ୍ଣ), ଆକାଶ ବନଛୋର (୧ ସ୍ୱର୍ଣ୍ଣ, ୨ ରୌପ୍ୟ), ବିକାଶ ରଞ୍ଜନ ବରାଳ (୨ ରୌପ୍ୟ), ଚୈତନ୍ୟ ମାରାଣ୍ଡି (୨ କାଂସ୍ୟ), ରଞ୍ଜନ କୁମାର ହାଁସଦା (୩ ରୌପ୍ୟ), ମୋହନ ସାହୁ (୧ ସ୍ୱର୍ଣ୍ଣ, ୧ ରୌପ୍ୟ)

ପଙ୍କଜ ପ୍ରଧାନ (୧ କାଂସ୍ୟ), ପୁରନ୍ଦର ରୋହିଦାସ (୧ କାଂସ୍ୟ), କାହ୍ନା ପାତ୍ର (୨ ସ୍ୱର୍ଣ୍ଣ, ୧ ରୌପ୍ୟ), ଶିବାନନ୍ଦ ବୈଦ୍ୟ (୨ କାଂସ୍ୟ), ପିପୁନ କୁମାର ସାହୁ (୧ ରୌପ୍ୟ),  ପ୍ରଳାପୀ ସିକ୍‌ଧା (୧ ସ୍ୱର୍ଣ୍ଣ, ୨ ରୌପ୍ୟ), ଅନିତା ମୁଣ୍ଡା (୧ ସ୍ୱର୍ଣ୍ଣ, ୧ କାଂସ୍ୟ), କବିତା ଦଳାଇ (୧ ସ୍ୱର୍ଣ୍ଣ, ୨ ରୌପ୍ୟ), ପ୍ରଣାଳୀ ସ୍ୱାଇଁ (୧ କାଂସ୍ୟ), ରଶ୍ମିତା ପ୍ରଜ୍ଞା (୧ କାଂସ୍ୟ), ସଙ୍ଗୀତା ନାୟକ (୨ ରୌପ୍ୟ), ସୁଜାତା ସାମଲ (୨ କାଂସ୍ୟ), ଜାନକୀ ଓରାମ (୧ କାଂସ୍ୟ) ଓ ଲିନା ସ୍ୱାଇଁ (୩ ସ୍ୱର୍ଣ୍ଣ)। ଏହି ସଫଳତା ଲାଗି ପାରା ସ୍ପୋର୍ଟସ ଆସୋସିଏସନ୍‌ ଅଫ୍ ଓଡ଼ିଶା ପକ୍ଷରୁ ଖେଳାଳିମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button