ଖେଳ
Football: ଫୁଟ୍ବଲ୍କୁ ଫେରିଲେ ରୋନାଲ୍ଡିନୋ: ରେଭେନ୍ନାକୁ ଦେଲେ ବିଜୟ
ବ୍ରାଜିଲ କିଂବଦନ୍ତି ୪୬ ବର୍ଷୀୟ ରୋନାଲ୍ଡିନୋ ୧୧ ବର୍ଷ ପରେ ପୁଣି ପ୍ରତିଯୋଗିତାମୂଳକ ଫୁଟ୍ବଲ୍କୁ ଫେରିଛନ୍ତି। ଏହି ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ତାଙ୍କ ଦଳ ରେଭେନ୍ନା ମଧ୍ୟ ବିଜୟୀ ହୋଇଛି। ଇଟାଲିର ତୃତୀୟ ଡିଭିଜନ୍ ଏହି ମ୍ୟାଚ୍ରେ ତାଙ୍କ ଦଳ ରେଭେନ୍ନା ୨-୦ ଗୋଲ୍ରେ ଫୋର୍ଲିକୁ ପରାସ୍ତ କରିଥିଲା।

ରୋମ: ବ୍ରାଜିଲ କିଂବଦନ୍ତି ୪୬ ବର୍ଷୀୟ ରୋନାଲ୍ଡିନୋ ୧୧ ବର୍ଷ ପରେ ପୁଣି ପ୍ରତିଯୋଗିତାମୂଳକ ଫୁଟ୍ବଲ୍କୁ ଫେରିଛନ୍ତି। ଏହି ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ତାଙ୍କ ଦଳ ରେଭେନ୍ନା ମଧ୍ୟ ବିଜୟୀ ହୋଇଛି। ଇଟାଲିର ତୃତୀୟ ଡିଭିଜନ୍ ଏହି ମ୍ୟାଚ୍ରେ ତାଙ୍କ ଦଳ ରେଭେନ୍ନା ୨-୦ ଗୋଲ୍ରେ ଫୋର୍ଲିକୁ ପରାସ୍ତ କରିଥିଲା। ରବିବାର ଏହି ସିରି-ସି’ ମ୍ୟାଚ୍ରେ ରୋନାଲ୍ଡିନୋ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବା ସହ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ମ୍ୟାଚ୍ର ପୂରା ପ୍ରଥମାର୍ଦ୍ଧ ଖେଳିଥିବା ରୋନାଲ୍ଡୋ ଦଳର ପ୍ରଥମ ଗୋଲ୍ରେ ନିଜର ଅବଦାନ ରଖିଥିଲେ। ତାଙ୍କ ସହଯୋଗରେ ଜୁଲିଓ ଡୋନାଟି (୩୬ ମିନିଟ୍) ଗୋଲ୍ ଦେଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।
ସୌଜନ୍ୟ ସମ୍ବାଦ




