ଖେଳ

Football: ଫୁଟ୍‌ବଲ୍‌କୁ ଫେରିଲେ ରୋନାଲ୍‌ଡିନୋ: ରେଭେନ୍ନାକୁ ଦେଲେ ବିଜୟ

ବ୍ରାଜିଲ କିଂବଦନ୍ତି ୪୬ ବର୍ଷୀୟ ରୋନାଲ୍‌ଡିନୋ ୧୧ ବର୍ଷ ପରେ ପୁଣି ପ୍ରତିଯୋଗିତାମୂଳକ ଫୁଟ୍‌ବଲ୍‌କୁ ଫେରିଛନ୍ତି। ଏହି ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ତାଙ୍କ ଦଳ ରେଭେନ୍ନା ମଧ୍ୟ ବିଜୟୀ ହୋଇଛି। ଇଟାଲିର ତୃତୀୟ ଡିଭିଜନ୍‌ ଏହି ମ୍ୟାଚ୍‌ରେ ତାଙ୍କ ଦଳ ରେଭେନ୍ନା ୨-୦ ଗୋଲ୍‌ରେ ଫୋର୍ଲିକୁ ପରାସ୍ତ କରିଥିଲା।

ରୋମ: ବ୍ରାଜିଲ କିଂବଦନ୍ତି ୪୬ ବର୍ଷୀୟ ରୋନାଲ୍‌ଡିନୋ ୧୧ ବର୍ଷ ପରେ ପୁଣି ପ୍ରତିଯୋଗିତାମୂଳକ ଫୁଟ୍‌ବଲ୍‌କୁ ଫେରିଛନ୍ତି। ଏହି ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ତାଙ୍କ ଦଳ ରେଭେନ୍ନା ମଧ୍ୟ ବିଜୟୀ ହୋଇଛି। ଇଟାଲିର ତୃତୀୟ ଡିଭିଜନ୍‌ ଏହି ମ୍ୟାଚ୍‌ରେ ତାଙ୍କ ଦଳ ରେଭେନ୍ନା ୨-୦ ଗୋଲ୍‌ରେ ଫୋର୍ଲିକୁ ପରାସ୍ତ କରିଥିଲା। ରବିବାର ଏହି ସିରି-ସି’ ମ୍ୟାଚ୍‌ରେ ରୋନାଲ୍‌ଡିନୋ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବା ସହ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ମ୍ୟାଚ୍‌ର ପୂରା ପ୍ରଥମାର୍ଦ୍ଧ ଖେଳିଥିବା‌ ରୋନାଲ୍‌ଡୋ ଦଳର ପ୍ରଥମ ‌‌ଗୋଲ୍‌ରେ ନିଜର ଅବଦାନ ରଖିଥିଲେ। ତାଙ୍କ ସହଯୋଗରେ ଜୁଲିଓ ଡୋନାଟି (୩୬ ମିନିଟ୍‌) ଗୋଲ୍‌ ଦେଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।

୨୦୦୫ରେ ବାଲନ ଡି’ଓର୍‌ ପୁରସ୍କାର କରାୟତ୍ତ
ଏହାପରେ ୫୮ତମ ମିନିଟ୍‌ରେ ସିମୋନ ରାବିଙ୍କ ଗୋଲ୍‌ରେ ରେଭେନ୍ନା ୨-୦ରେ ବିଜୟୀ ହୋଇଥିଲା। ରୋନାଲ୍‌ଡୋ ଶେଷ ଥର ଲାଗି ୨୦୧୫ ସେପ୍ଟେମ୍ବରରେ ଫ୍ଲମିନେନ୍ସ ପକ୍ଷରୁ ପେସାଦାର ଫୁଟ୍‌ବଲ୍‌ ଖେଳିଥିଲେ। ୨୦୧୮ରେ ଆନୁଷ୍ଠାନିକ ଭାବେ ସେ ଅବସର ନେଇଥିଲେ। ରେଭେନ୍ନା କ୍ଲବ୍‌ର ସଭାପତି ଇଗ୍ନାଜିଓ ସିପ୍ରିଆନିଙ୍କ ଭଲ ବନ୍ଧୁ ହୋଇଥିବାରୁ ଚଳିତ ବର୍ଷ ଜୁନ୍‌ରେ ସେ ଏହି କ୍ଲବ୍‌ ସହ ଚୁକ୍ତି କରିବା ସହ କିିଛି ଅଂଶଧନ ପାଇଥିଲେ। ୨୦୦୨ ବିଶ୍ବକପ୍‌ ବିଜେତା ବ୍ରାଜିଲର ସଦସ୍ୟ ଥିବା ରୋନାଲ୍‌ଡୋ ୨୦୦୫ରେ ବାଲନ ଡି’ଓର୍‌ ପୁରସ୍କାର କରାୟତ୍ତ କରିଥିଲେ। ଏହା ପରବର୍ଷ ବାର୍ସିଲୋନାକୁ ଚାମ୍ପିଅନ୍ସ ଲିଗ୍‌ ମୁକୁଟ ଜିତିଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ରୋନାଲ୍‌ଡୋ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button