ଖେଳ

IND VS PAK: ‘ସେମାନଙ୍କ ଭାଷାରେ ଜବାବ ଦେଇଛୁ’; ଟିମ୍‌ ଇଣ୍ଡିଆ ସପୋର୍ଟରେ ବିସିସିଆଇ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ,୧୬/୧୧; ରୋମାଞ୍ଚକର ଫାଇନାଲରେ ଭାରତ ୧ ୱିକେଟ୍‌ରେ ପାକିସ୍ତାନକୁ ପରାଜିତ କରି ୧୯ ବର୍ଷରୁ କମ୍ ଏସିଆ କପ୍ ଟାଇଟଲ ହାସଲ କରିଥିଲା । ଅପରାଜିତ ୪୯ ରନ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅଲରାଉଣ୍ଡର ମୋହିତ ଉଲଭା । ସେ ପାକିସ୍ତାନଠୁ ବିଜୟ ଛଡ଼ାଇ ଆଣିଥିଲେ । ବିଜୟ ପରେ ଭାରତୀୟ ଦଳର ସେଲିବ୍ରେସନକୁ ନେଇ ଚର୍ଚ୍ଚା ଲାଗି ରହିଛି । ‘ପାକିସ୍ତାନ ଦଳକୁ ଉସୁକାଇବା ଆମର ଉଦ୍ଦେଶ୍ୟ ନଥିଲା, ବରଂ ଆମେ ଆମର ଶୈଳୀରେ ବିଜୟ ଉତ୍ସବ ମନାଇଥିଲୁ ବୋଲି କହିଛନ୍ତି ମୋହିତ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ (ଭାରତ-ପାକିସ୍ତାନ) ଟୁର୍ଣ୍ଣାମେଣ୍ଟର ଯେଉଁଠି ମୁହାଁମୁହିଁ ହୋଇଥାନ୍ତି, ତାହା ଫାଇନାଲର ଭ୍ରମ ସୃଷ୍ଟି କରିଥାଏ । ଦୀପାବଳି ଦିନ (ଗତ ୮ ତାରିଖରେ) ଭାରତ ଓ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରେ ମୁହାଁମୁହିଁ ହୋଇଥିଲେ ଏବଂ ଭାରତ ୩ ୱିକେଟ୍‌ରେ ପରାଜିତ ହୋଇଥିଲା । ପାକିସ୍ତାନ ବିଜୟୀ ହେବା ପରେ ସେମାନେ ଯେଉଁଭଳି ସେଲିବ୍ରେସନ କରିଥିଲେ, ତାହା ଉସୁକାଇଲା ଭଳି ରହିଥିଲା । କିନ୍ତୁ ଭାରତୀୟ ଖେଳାଳି ସେଥିପ୍ରତି ଦୃଷ୍ଟି ଦେଇ ନଥିଲେ ।

ମୋହିତ କହିଛନ୍ତି, ‘ଆମ ବିଜୟ ଉତ୍ସବ ସ୍ୱାଭାବିକ ଥିଲା । ଭାରତ-ପାକିସ୍ତାନ ମ୍ୟାଚ୍, ପୁଣି ଫାଇନାଲ୍ । ଲିଗ୍ ପର୍ଯ୍ୟାୟରେ ଆମକୁ ପରାସ୍ତ କରିବା ପରେ ସେମାନେ ଯେପରି ଉତ୍ସବ ପାଳନ କରିଥିଲେ, ଆମେ ସେମାନଙ୍କର ଉତ୍ସବକୁ ବ୍ୟକ୍ତିଗତ ଭାବରେ ନେଇ ନଥିଲୁ । ଆମେ ଭାବୁଥିଲୁ ଯେ ସେମାନେ ନିଜର ବିଜୟ ପାଳନ କରୁଛନ୍ତି । ସେମାନେ ଯେମିତି କରିଥିଲେ, ଆମେ ମଧ୍ୟ ସେହିପରି କଲୁ । ସେମାନଙ୍କ ଭାଷାରେ ଜବାବ ଦେଲୁ । ଆମେ ଆମର ନିଜର ବିଜୟ ପାଳନ କରୁଥିଲୁ । ଏଥିରେ ଭାବନା, ଉତ୍ତେଜନା ଥିଲା । ଆମେ ସେମାନଙ୍କୁ ଦେଖାଇବା ପାଇଁ କିଛି କରିନଥିଲୁ । ଆମେ ନିଜ ନିଜ ମଧ୍ୟରେ ଉତ୍ସବ ପାଳନ କରୁଥିଲୁ ଏବଂ ସବୁକିଛି ସ୍ୱାଭାବିକ ଥିଲା ।’ ‘ମୁଁ ବିଶ୍ୱାସ କରିପାରିଲି ନାହିଁ ଯେ ମୁଁ ପ୍ରକୃତରେ ଖେଳ ଶେଷ କରିଦେଇଛି । ମୁଁ ଏହା ବୁଝିବା ପୂର୍ବରୁ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଅନ୍ୟମନସ୍କ ହୋଇଯାଇଥିଲି । ତା’ପରେ ମୁଁ ଉତ୍ସବ ପାଳନ କରିବା ଆରମ୍ଭ କଲି ବୋଲି ସେ କହିଥିଲେ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button