ଜାତୀୟ

Lion video: ବାଇକ୍‌ରେ ସିଂହକୁ ଗୋଡ଼ାଇଲେ ବନ କର୍ମଚାରୀ, ଭିଡିଓ ଭାଇରାଲ୍ ପରେ ୩ଜଣ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୬/୧୧; ଗୁଜରାଟର ଆମ୍ରେଲି ଜିଲ୍ଲାରେ ଥିବା ଅମ୍ବର୍ଦ୍ଦି ସଫାରୀ ପାର୍କରେ ବନ କର୍ମଚାରୀ ଏକ ସିଂହକୁ ମୋଟର ସାଇକେଲରେ ଗୋଡାଇବା ଘଟଣା ସାମ୍ନାକୁ ଆସିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବନ ବିଭାଗ ପକ୍ଷରୁ ୩ ଜଣ ଆଉଟସୋର୍ସିଂ କମର୍ଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଜୟପାଲ ସିଂହଙ୍କ ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ସଫାରୀ ପାର୍କରେ ଥିବା ଖୁଆଡକୁ ସିଂହକୁ କିଛି ବନ କର୍ମଚାରୀ ଘଉଡାଇ ଆଣିଥିଲେ । ସାଧାରଣତଃ ଏଥିପାଇଁ ଜିପ୍ ବ୍ୟବହାର କରାଯାଇଥାଏ । କିନ୍ତୁ ସମ୍ପୃକ୍ତ କର୍ମଚାରୀମାନେ ମୋଟରସାଇକେଲ୍ ବ୍ୟବହାର କରିଥିଲେ ।

ସିଂହକୁ ଘଉଡାଇବା କାର୍ଯ୍ୟରେ ସମ୍ପୃକ୍ତ ଥିବା ୩ ବନ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯିବା ସହ ସେମାନଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବନ କର୍ମଚାରୀମାନେ ନିର୍ଦ୍ଦାରିତ ପ୍ରକ୍ରିୟା ପାଳନ କରିଥିଲେ କି ନାହିଁ ତାହା ତଦନ୍ତ କରାଯିବ । ସେହିଭଳି ଅତିରିକ୍ତ ବନ ସଂରକ୍ଷକ ମିତେଶ ବନିୟା କହିଛନ୍ତି ଦୀପାବଳି ଉତ୍ସବ ସମୟରେ ଏହି ଭିଡିଓ ରେକର୍ଡିଂ କରାଯାଇଛି । କିନ୍ତୁ ସିଂହଙ୍କୁ ହଇରାଣ କରାଯିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button