ଖେଳ

Rinku Singh Mother: ପିଏମ୍‌ ମୋଦି-ସିଏମ୍‌ ଯୋଗୀଙ୍କୁ ଭେଟିଲେ ରିଙ୍କୁଙ୍କ ମା’, ପୁଅ ବାହାଘର ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୧୬/୧୧; ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର୍ ରିଙ୍କୁ ସିଂହ ଖୁବଶୀଘ୍ର ହାତକୁ ଦୁଇ ହାତ ହେବେ । ଡିସେମ୍ବର ୪ ରେ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ହାତ ଧରିବେ ରିଙ୍କୁ । ଉଭୟ ପକ୍ଷରୁ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ଭିତିରେ ରିଙ୍କୁଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି । ରିଙ୍କୁଙ୍କ ସହିତ ତାଙ୍କ ମା’ ବୀଣା ଦେବୀ ଓ ଭଉଣୀ ପିଏମ୍ ମୋଦି ଏବ ସିଏମ୍ ଆଦିତ୍ୟନାଥଙ୍କୁ ଭେଟି ବାହାଘର ପାଇଁ ନିମନ୍ତ୍ରଣ କରିଛନ୍ତି । ଯାହାର ଫଟୋ ସାମ୍ନାକୁ ଆସିଛି । ରିଙ୍କୁଙ୍କ ମା’ଙ୍କର ସରଳତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ପୁରା ପରିବାରକୁ ଅତି ସରଳ ଏବଂ ସିମ୍ପଲ ଶୈଳୀରେ ଦେଖିବାକୁ ମିଳିଛି । ବିଶେଷ କରି ସମସ୍ତଙ୍କ ନଜର କ୍ରିକେଟର ରିଙ୍କୁଙ୍କ ମା’ ବୀଣା ଦେବୀଙ୍କ ଉପରେ ରହିଥିଲା।

ଏବେ ରିଙ୍କୁ କୋଟି- କୋଟି ଟଙ୍କାର ମାଲିକ । ଷ୍ଟାର୍ କ୍ରିକେଟର । ନେମ୍ ଫେମ୍ ସବୁ ଅଛନ୍ତି । ସାଂସଦଙ୍କୁ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ତାଙ୍କ ପରିବାରର ସରଳତା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ରିଙ୍କୁଙ୍କ ମା’ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଶାଢୀ ପିନ୍ଧି ପହଞ୍ଚିଲେ, ଭଉଣୀ ନେହା ସିଂଙ୍କ କାଜୁଆଲ୍ ଷ୍ଟାଇଲ୍‌ରେ ଥିଲେ ।ସମସ୍ତେ ସିମ୍ପଲ ଲୁକ୍‌ରେ ଥିଲେ ଯାହା ଦୃଷ୍ଟି ଆକର୍ଷଣ କରିଥିଲା । ରିଙ୍କୁଙ୍କ ମା’ ବୀଣା ଦେବୀ ପାରମ୍ପାରିକ ଶାଢୀରେ ନଜର ଆସିଥିବାବେଳେ ତାଙ୍କ ଭଉଣୀ ନେହା ଏକ କାଜୁଆଲ୍ ଲୁକ୍ ବାଛିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଧଳା କୁର୍ତ୍ତା-ପାଇଜାମା ଏବଂ ନୀଳ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ଅନ୍ୟପକ୍ଷରେ, ରିଙ୍କୁ ସିଂ ଧୂସର ରଙ୍ଗର ଓଭରସାଇଜ୍ ଟି-ସାର୍ଟ ସହିତ କଳା ଜିନ୍ସ ପିନ୍ଧିଥିବାବେଳେ ତାଙ୍କ ଭାଇ ହାଲୁକା ଲାଇଟ୍ ଟି-ସାର୍ଟ ସହିତ କ୍ଲାସିକ୍ ନୀଳ ଡେନିମ୍ ସହିତ ତାଙ୍କ ଲୁକ୍ କୁ ଅହୁରି ସିମ୍ପଲ କରିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button