ଖେଳ

Cricket: ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ଦ୍ରୁତ ବୋଲରଙ୍କୁ ନେଇ ଖେଳିବ ଭାରତ

ଗୁରୁବାରଠାରୁ ଓ୍ବେଲିଂଟନର ବେସିନ୍‌ ରିଜର୍ଭ ଷ୍ଟାଡିୟମ୍‌ରେ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍‌ କହିଛନ୍ତି...

ୱେଲିଂଟନ୍‌: ଗୁରୁବାରଠାରୁ ଓ୍ବେଲିଂଟନର ବେସିନ୍‌ ରିଜର୍ଭ ଷ୍ଟାଡିୟମ୍‌ରେ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ।

ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍‌ କହିଛନ୍ତି ଯେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଅନେକ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଥିବାରୁ ଦଳର ଚୂଡ଼ାନ୍ତ ଏକାଦଶ ଏବେ ବି ନିର୍ଦ୍ଧାରିତ ହୋଇନାହିଁ। ତେବେ ଚାରି ଦ୍ରୁତ ବୋଲରଙ୍କ ସହ ଭାରତ ଖେଳିବ। ଦିନିକିଆ ଶୃଙ୍ଖଳାରେ ଦ୍ରୁତ ବୋଲରମାନେ ଭଲ ପ୍ରଦର୍ଶନ କରିଥିବାରୁ ଦଳ ପାଇଁ ଏହା ଏକ ଭଲ ସମସ୍ୟା ବୋଲି ସେ କହିଛନ୍ତି।

ଆକାଶ କିଛି ମାତ୍ରାରେ ବ୍ୟାଟିଂ କରିପାରିବେ
ସମ୍ଭାବ୍ୟ ଦଳର ବ୍ୟାଟିଂ ଶକ୍ତି ସମ୍ପର୍କରେ ଗିଲ୍‌ କହିଛନ୍ତି, ଦଳରେ ୭ ଜଣ ବିଶେଷଜ୍ଞ ବ୍ୟାଟର ରହିବେ। ଅଷ୍ଟମ ଓ ନବମ ସ୍ଥାନରେ ଅଂଶୁଲ ଓ ଆକାଶ କିଛି ମାତ୍ରାରେ ବ୍ୟାଟିଂ କରିପାରିବେ। ନୀତୀଶ ମଧ୍ୟ ବ୍ୟାଟିଂ କରିବାରେ ସକ୍ଷମ। ବଲ୍‌ ପୁରୁଣା ହେବା ପରେ ମଧ୍ୟ ଭଲ ବୋଲିଂ କରିପାରୁଥିବା ଜଣେ ବୋଲରଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଯଶପ୍ରୀତ ବୁମ୍‌ରା ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ। ତାଙ୍କ ସହ ଆକାଶ ଦୀପ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ଦଳରେ ଅଛନ୍ତି। ଦୁଇ ଟେଷ୍ଟ ବିଶିଷ୍ଟ ଶୃଙ୍ଖଳା ପାଇଁ ଗୁରନୂର ବ୍ରାରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ନ୍ୟୁଜିଲାଣ୍ଡର ପରିବେଶ ଓ ପିଚ୍‌ ଦ୍ରୁତ ବୋଲରଙ୍କୁ ସହାୟତା କରିବାର ଆଶା ଥିବାରୁ ଭାରତ ଏହି ରଣନୀତି ଗ୍ରହଣ କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button