ଖେଳ

T20: ଆମେରିକା, କାନାଡାରେ ୨ଟି ଟ୍ବେଣ୍ଟି-୨୦ ଖେଳିବ ଭାରତ!

ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍‌ ଗସ୍ତ ସମୟରେ ଭାରତୀୟ କ୍ରିକେଟ୍‌ ଦଳ ଉତ୍ତର ଆମେରିକାରେ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳିବା ସମ୍ଭାବନା ରହିଛି। ଏଥିପାଇଁ ଆମେରିକାର ୱାସିଂଟନ୍‌ ଡିସି, ଲସ୍‌ଏଞ୍ଜେଲସ୍‌ ଓ କାନାଡାର ଟରଣ୍ଟୋକୁ ସମ୍ଭାବ୍ୟ ସ୍ଥାନ ଭାବେ ବିଚାର କରାଯାଉଛି।

ମୁମ୍ବାଇ: ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ୍‌ ଗସ୍ତ ସମୟରେ ଭାରତୀୟ କ୍ରିକେଟ୍‌ ଦଳ ଉତ୍ତର ଆମେରିକାରେ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳିବା ସମ୍ଭାବନା ରହିଛି। ଏଥିପାଇଁ ଆମେରିକାର ୱାସିଂଟନ୍‌ ଡିସି, ଲସ୍‌ଏଞ୍ଜେଲସ୍‌ ଓ କାନାଡାର ଟରଣ୍ଟୋକୁ ସମ୍ଭାବ୍ୟ ସ୍ଥାନ ଭାବେ ବିଚାର କରାଯାଉଛି।

ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଜୁଲାଇରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବ। ଏହି ଗସ୍ତରେ ଦୁଇଟି ଟେଷ୍ଟ, ତିନିଟି ଦିନିକିଆ ଓ ପାଞ୍ଚଟି ଟି-୨୦ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି। ପାଞ୍ଚଟି ଟି-୨୦ ମ୍ୟାଚ୍‌ ମଧ୍ୟରୁ ଦୁଇଟି ଉତ୍ତର ଆମେରିକାରେ ଆୟୋଜନ ହେବ। ଉଭୟ ମ୍ୟାଚ୍‌ ଗୋଟିଏ ସ୍ଥାନରେ ଖେଳାଯିବ। ସମ୍ଭାବ୍ୟ ସ୍ଥାନ ଦୌଡ଼ରେ ୱାସିଂଟନ୍‌ ଡିସି ଓ ଟରଣ୍ଟୋ ଆଗରେ ରହିଥିବା ବେଳେ ୨୦୨୮ ଲସ୍‌ଏଞ୍ଜେଲସ୍‌ ଅଲିମ୍ପିକ୍ସର କ୍ରିକେଟ୍‌ ଭେନ୍ୟୁ ଭାବେ ଚିହ୍ନଟ ପୋମୋନା ଏବଂ ଫ୍ଲୋରିଡାର ଲଡରହିଲକୁ ବି ବିଚାର କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button