ମନୋରଞ୍ଜନ

Babushan: ‘ଅନ୍ତର୍ଯ୍ୟାମୀ’ର ପ୍ରମୋସନ୍ କଲେ ବାବୁସାନ୍, କହିଲେ ଫିଲ୍ମକୁ ଭଲ ପାଇବା ଦିଅନ୍ତୁ

ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ତାଙ୍କର ନୂଆ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’ର ପ୍ରମୋସନ୍ କରିଛନ୍ତି। ସେ କହିଛନ୍ତି ନିର୍ଦ୍ଦେଶକ ଶିବା ସତ୍ୟମ୍ ଓ ତାଙ୍କର ଟିମ୍ ଏହି ସିନେମା ଲାଗି ଖୁବ୍ ପରିଶ୍ରମ କରିଛନ୍ତି।

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ତାଙ୍କର ନୂଆ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’ର ପ୍ରମୋସନ୍ କରିଛନ୍ତି। କିଛି ଦିନ ତଳେ ପ୍ରଯୋଜନା ସଂସ୍ଥା ବାବୁସାନଙ୍କୁ ନେଇ ଅସନ୍ତୁଷ୍ଟ ଥିବା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ବାବୁସାନ ସେ ପ୍ରସଙ୍ଗକୁ ଏଡ଼ାଇ ସୁଦୂର କୋରାପୁଟରୁ ଏକ ଭିଡିଓ ବାର୍ତ୍ତା ଜରିଆରେ ‘ଅନ୍ତର୍ଯ୍ୟାମୀ’ର ପ୍ରମୋସନ୍ କରିଛନ୍ତି। ସେ କହିଛନ୍ତି, ‘ଅନ୍ତର୍ଯ୍ୟାମୀ’ ଚଳିତ ମାସ ୨୭ ତାରିଖରେ ପରଦାକୁ ଆସିବ। ଏହାକୁ ସମସ୍ତଙ୍କ ଭଲ ପାଇବା ଆଶା କରିଛନ୍ତି। ସେ ଆହୁରି କହିଛନ୍ତି ନିର୍ଦ୍ଦେଶକ ଶିବା ସତ୍ୟମ୍  ଓ ତାଙ୍କର ଟିମ୍ ଏହି ସିନେମା ଲାଗି ଖୁବ୍ ପରିଶ୍ରମ କରିଛନ୍ତି। କୋରାପୁଟରେ ବାବୁସାନ ତାଙ୍କର ନୂଆ ସିନେମା ‘ନବରୂପ’ର  ସୁଟିଂ କରୁଥିବା ହେତୁ ଏହାର ପ୍ରିମିୟରରେ ଉପସ୍ଥିତ ରହିବା ନେଇ ସନ୍ଦେହ ଉପୁଜିଛି।

‘ଅନ୍ତର୍ଯ୍ୟାମୀ’  ଓଡ଼ିଆ ଛଡ଼ା ତେଲୁଗୁ, ତାମିଲ, ମାଲୟାଲାମ୍ ଓ କନ୍ନଡ ଆଦି ଛ’ଟି ଭାଷାରେ ବି ରିଲିଜ୍ ହେବ ବୋଲି ଜଣାଯାଇଛି। ଏହାର ପ୍ରଯୋଜନା କରିଛନ୍ତି ଅମିତ ନିଷାଦ ଓ ଅଭିରାମ। ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ନବାଗତ ଶିବା ସତ୍ୟମ୍। ଜି ଜେ କାର୍ତ୍ତିକେୟନ୍ ଏହାର ସଙ୍ଗୀତକାର।
 ‘ଅନ୍ତର୍ଯ୍ୟାମୀ’ରେ ବାବୁସାନଙ୍କ ବିପକ୍ଷରେ ଦର୍ଶକ ସାଉଥର ଜଣେ ଲୋକପ୍ରିୟ ନାୟିକା ବେଦହିକାଙ୍କ ବିପକ୍ଷରେ ଦେଖିବାକୁ ପାଇବେ। ବେଦହିକା ୨୦୦୬ରେ ମୁକ୍ତିଲାଭ କରିଥିବା ତାମିଲ ଛବି ‘ ମାଦ୍ରାସୀ’ରୁ ନାୟିକା ଭାବେ କ୍ୟାରି୍ଅର୍ ଆରମ୍ଭ କରିଥିଲେ। ଏହାପରେ ସେ ବେଶ କେତୋଟି ତେଲୁଗୁ, ତାମିଲ ଓ କନ୍ନଡ ସିନେମାରେ ଅଭିନୟ କରି ଦକ୍ଷିଣ ଭାରତର ଜଣେ ଜଣାଶୁଣା ନାୟିକା ବନିଛନ୍ତି। ଏତଦ ବ୍ୟତୀତ ‘ଅନ୍ତର୍ଯ୍ୟାମୀ’ରେ ଓଡ଼ିଆ ଅଭିନେତା ଶ୍ରୀତମ ଦାସ ଓ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର ଇନ୍ଦ୍ରଜା, କସ୍ତୁରୀ ଶଙ୍କରଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ବାବୁସାନଙ୍କୁ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହା ଏକ ଆକସନ୍ ପ୍ୟାକଡ ମୁଭି ହୋଇଥିବା ହେତୁ ଏଥିରେ ଦମନ, ପାବାର ଓ ବୋଉ ବୁଟୁ ଭୂତ ପରେ ବାବୁସାନ୍‌ଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଫିଲ୍ମ ହିଟ୍ ହେଉଛି କି ନା ତାହା ଉପରେ ରହିଛି ଓଲିଉଡର ନଜର।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button