ରାଜ୍ୟ

NIT ଗବେଷକଙ୍କ ସୋଲାର ଇଭି ଚାର୍ଜିଂ ମାଇକ୍ରୋଗ୍ରୀଡ୍‌, ଅସ୍ଥିର ବିଦ୍ୟୁତ୍‌ ନେଟ୍‌ୱର୍କ ଓ ପ୍ରତିକୂଳ ପାଗରେ ସହାୟକ ହେବ

ରାଉରକେଲା, ୧୭/୧୧ : ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିଛି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି), ରାଉରକେଲା । ଚାର୍ଜିଂ ବ୍ୟବସ୍ଥାକୁ ଅଧିକ ଦକ୍ଷ, ଭରସାଯୋଗ୍ୟ ଓ ପରିବେଶ ଅନୁକୂଳ କରିବା ନିମନ୍ତେ ଅନୁଷ୍ଠାନର ଗବେଷକମାନେ ବିକଶିତ କରିଛନ୍ତି ଅଭିନବ ସ୍ମାର୍ଟ ପାୱାର ମ୍ୟାନେଜମେଣ୍ଟ ସିଷ୍ଟମ୍‌ ବା ସୋଲାର ଇଭି ଚାର୍ଜିଂ ମାଇକ୍ରୋଗ୍ରୀଡ୍‌ । ଏହାକୁ ଉପଯୋଗ କରି ବିଦ୍ୟୁତ୍‌ ଗାଡ଼ି ଚାର୍ଜିଂ ବେଳେ ଗ୍ରୀଡ୍‌ ଉପରେ ବଢୁଥିବା ଚାପକୁ ସ୍ମାର୍ଟ ଉପାୟରେ ହ୍ରାସ କରାଯାଇପାରିବ । ଏହି ଅଭିନବ ଜ୍ଞାନକୌଶଳକୁ ପେଟେଣ୍ଟ ମିଳିଛି ।

ଚାର୍ଜିଂ ଷ୍ଟେସନ ପଏଣ୍ଟଗୁଡ଼ିକରେ ସାମୂହିକ ଗାଡ଼ି ଚାର୍ଜିଂ ସମୟରେ ଅଧିକ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । ବୈଦ୍ୟୁତିକ ଉପକରଣଗୁଡ଼ିକ ତାତିଯାଇ ଏହାର ପ୍ରଭାବରେ ବ୍ୟାଟେରି ଖରାପ ହେବାର ଆଶଙ୍କା ଥାଏ । ସେହିପରି ମେଘୁଆ ପାଗ, ବର୍ଷା ଋତୁ ଓ ଅତ୍ୟଧିକ ଖରା ସମୟରେ ଚାର୍ଜିଂରେ ସମସ୍ୟା ଦେଖାଯାଏ । ଏପରି ସମୟରେ ବ୍ୟାଟେରିକୁ ବାରମ୍ବାର ଚାର୍ଜ ଓ ଡିସଚାର୍ଜ କରିବା ଦ୍ୱାରା ସେଗୁଡ଼ିକର ଆୟୁଷ କମିପାରେ । ଏହି ସମସ୍ୟାର ମୁକାବିଲା ପାଇଁ ଏନ୍‌ଆଇଟି ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ପ୍ରଭାତ କୁମାର ରାୟ, ଆସୋସିଏଟ୍‌ ପ୍ରଫେସର ଅର୍ଣ୍ଣବ ଘୋଷ ଏବଂ ଗବେଷକ ଛାତ୍ର ଡ. ଅନିନ୍ଦ୍ୟ ଭାରତୀ ସୌର-ଚାଳିତ ଇଭି ଚାର୍ଜିଂ ମାଇକ୍ରୋଗ୍ରୀଡ୍‌ ପ୍ରସ୍ତୁତ କରିଛନ୍ତି । ଏହି ବ୍ୟବସ୍ଥାରେ ସୌର ପ୍ୟାନେଲ୍‌, ପାରମ୍ପରିକ ବିଦ୍ୟୁତ୍‌ ଗ୍ରୀଡ୍‌, ବ୍ୟାଟେରି ତଥା ସୁପର କାପାସିଟରକୁ ନେଇ ଗଠିତ ସ୍ୱତନ୍ତ୍ର ଶକ୍ତି ସଂରକ୍ଷଣ ପ୍ରଣାଳୀକୁ ଏକତ୍ରିତ କରାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button