ବିଶେଷ

After brain surgery: ମସ୍ତିଷ୍କ ଅସ୍ତ୍ରୋପଚାର ପରେ: ମଣିଷ ମୁହଁରେ ଦିଶୁଛି ବିଲେଇ ଚେହେରା!

ଅଆମ ମସ୍ତିଷ୍କ କେତେ ଜଟିଳ ଓ ରହସ୍ୟମୟ, ତାହାର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ନିକଟରେ ସାମ୍ନାକୁ ଆସିଛି। ମସ୍ତିଷ୍କ ସ୍ତ୍ରୋପଚାର ପରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ଦୃଷ୍ଟିଶକ୍ତିରେ ଏପରି ଏକ ବିରଳ ପରିବର୍ତ୍ତନ ଆସିଛି...

ଅଆମ ମସ୍ତିଷ୍କ କେତେ ଜଟିଳ ଓ ରହସ୍ୟମୟ, ତାହାର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ନିକଟରେ ସାମ୍ନାକୁ ଆସିଛି। ମସ୍ତିଷ୍କ ସ୍ତ୍ରୋପଚାର ପରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ଦୃଷ୍ଟିଶକ୍ତିରେ ଏପରି ଏକ ବିରଳ ପରିବର୍ତ୍ତନ ଆସିଛି, ଯାହା ବୈଜ୍ଞାନିକଙ୍କୁ ଚକିତ କରିଦେଇଛି। କାର୍ଲ ନାମକ ଏହି ଯୁବକ ଜଣକ ମଣିଷମାନଙ୍କ ମୁହଁରେ ବିଲେଇ ଭଳି ବଡ଼ ବଡ଼ ଆଖି ଓ ଲୋମ ଦେଖିପାରୁଛନ୍ତି। କେବଳ ସେତିକି ନୁହେଁ, ବେଳେବେଳେ ତାଙ୍କୁ ନିଜ ପୋଷା ବିଲେଇର ମୁହଁରେ ମଣିଷ ଭଳି ଆଖି ଓ ଚେହେରା ଦେଖାଯାଉଛି। ଡାକ୍ତରୀ ଭାଷାରେ କାର୍ଲଙ୍କ ଏହି ଅବସ୍ଥାକୁ ‘ପ୍ରୋସୋପୋମେଟାମର୍ଫୋପ୍ସିଆ’ କୁହାଯାଏ। ଏହା ଏକ ଅତ୍ୟନ୍ତ ବିରଳ ସ୍ନାୟବିକ ରୋଗ, ଯେଉଁଥିରେ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ମୁହଁ ବିକୃତ ବା ଅସ୍ୱାଭାବିକ ଭାବରେ ଦେଖାଯାଇଥାଏ। ଦୁଇ ବର୍ଷ ପୂର୍ବେ କାର୍ଲଙ୍କ ମସ୍ତିଷ୍କର ଡାହାଣ ପାର୍ଶ୍ୱରେ ଥିବା ‘ପୋଷ୍ଟେରିୟର ଟେମ୍ପୋରାଲ ଲୋବ୍’ର ଅସ୍ତ୍ରୋପଚାର କରାଯାଇଥିଲା। ମସ୍ତିଷ୍କର ଏହି ଅଂଶ ହିଁ ମୁଖ୍ୟତଃ ଚେହେରା ଚିହ୍ନିବାରେ ସାହାଯ୍ୟ କରିଥାଏ। ଅସ୍ତ୍ରୋପଚାର ପରେ ହିଁ ତାଙ୍କଠାରେ ଏହି ଅଦ୍ଭୁତ ଲକ୍ଷଣ ଦେଖାଦେଇଥିଲା।

କାର୍ଲ ଯେତେବେଳେ କୌଣସି ମଣିଷକୁ ଦେଖନ୍ତି, ସେତେବେଳେ ସେମାନଙ୍କ ଆଖିର ଆକାର ବଦଳି ବିଲେଇ ଆଖି ଭଳି ଦେଖାଯାଏ। ଏହା ସହ ଚେହେରାର ରଙ୍ଗ ଓ ଚର୍ମ ବଦଳି ବିଲେଇ ଲୋମ ଭଳି ଦେଖାଯାଏ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, କାର୍ଲ ବେଳେବେଳେ ନିଜ ପୋଷା ବିଲେଇର ମୁହଁରେ ନିଜ ପରିଚିତ ଲୋକଙ୍କ ଆଖି ଓ ମୁହଁର ଆକୃତି ଦେଖିବାକୁ ପାଆନ୍ତି। ଡାର୍ଟମାଉଥ୍ କଲେଜର ପ୍ରଫେସର ତଥା ଏହି ମାମଲାର ଅଧ୍ୟୟନ କରିଥିବା ବିଶେଷଜ୍ଞ ବ୍ରାଡ୍ ଡୁଚେନ୍ ଏହାର କାରଣ ବୁଝାଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଆମ ମସ୍ତିଷ୍କ ପୂର୍ବରୁ ଦେଖିଥିବା ପରିଚିତ ଚେହେରାଗୁଡ଼ିକର ସ୍ମୃତିକୁ ସାଇତି ରଖିଥାଏ। କାର୍ଲଙ୍କ କ୍ଷେତ୍ରରେ, ମସ୍ତିଷ୍କରେ ସାଇତି ହୋଇ ରହିଥିବା ଏହି ପୁରୁଣା ସ୍ମୃତିଗୁଡ଼ିକ ହଠାତ୍ ସକ୍ରିୟ ହୋଇଯାଉଛି ଓ ସେ ବର୍ତ୍ତମାନ ଦେଖୁଥିବା ଚେହେରା ସହ ମିଶିଯାଉଛି। ଫଳରେ ତାଙ୍କୁ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖାଯାଉଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button