ପାଣିପାଗ

Cyclone: ବାତ୍ୟା ଭୟ ଜୋର ଧରିଲା, ତରବର ହୋଇ ଧାନ କାଟିଲେ ଚାଷୀ

ଗତ ସେପ୍ଟମ୍ବର ମାସରୁ ଜିଲ୍ଲାର ଚାଷୀ ବାତ୍ୟା, ବନ୍ୟାଜଳ ଓ ବର୍ଷାରେ ଜର୍ଜରିତ। ଧାନ କାଟି ଜମିରେ ସୁଖାଇବା ପାଇଁ ବି ଗତ ଦେଢ଼ ମାସ ହେବ ଲଗାତାର ଦୁଇରୁ ତିନି ଦିନ ଧରି ଖରା ହୋଇନି। ଗତ ସେପ୍ଟେମ୍ବର ବାତ୍ୟା ଓ ବନ୍ୟାଜଳରେ ଜମି...

ନବରଙ୍ଗପୁର (ସୁରେଶ ନାଇଡୁ): ଗତ ସେପ୍ଟମ୍ବର ମାସରୁ ଜିଲ୍ଲାର ଚାଷୀ ବାତ୍ୟା, ବନ୍ୟାଜଳ ଓ ବର୍ଷାରେ ଜର୍ଜରିତ। ଧାନ କାଟି ଜମିରେ ସୁଖାଇବା ପାଇଁ ବି ଗତ ଦେଢ଼ ମାସ ହେବ ଲଗାତାର ଦୁଇରୁ ତିନି ଦିନ ଧରି ଖରା ହୋଇନି। ଗତ ସେପ୍ଟେମ୍ବର  ବାତ୍ୟା ଓ ବନ୍ୟାଜଳରେ ଜମି ବୁଡ଼ି ରହିଥିଲା। ଏବେ ଧାନ ପାଚିଗଲାଣି। ବାତ୍ୟା ଅକଭାନ ଅସିବା ପୂର୍ବରୁ ଧାନ କାଟିବା ଜୋର ଧରିଛି। ଧାନରେ ସାମାନ୍ୟ ଅଦ୍ରତା ଥିଲେ କ୍ରୟକାରୀ ସଂସ୍ଥା ଓ ମିଲର୍ସ ମାନେ ଏଫଏକ୍ୟୁ ମାନର ଧାନ ଦାବି କରି କଟନୀଛଟନୀ କରିବେ। ଏସବୁ ମଧ୍ୟରେ ଧାନ କାଟିବାକୁ ଚାଷୀ ପ୍ରୟାସ ଆରମ୍ଭ କରୁଥିବା ବେଳେ ମୁଖ୍ୟ ସମସ୍ୟା ପର୍ଯ୍ୟାପ୍ତ ପରିମାଣର କୃଷି ଶ୍ରମିକ ଓ ଧାନ କଟା ଯନ୍ତ୍ର ଥ୍ରେସର ମିଳୁନି। ପାଗ କୋହଲାଥିବାରୁ ଭଡା ଅଧିକା ଦେଇ ଥ୍ରେସର ମେସିନରେ ଧାନ କାଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତା ସହ ଚାଷୀଙ୍କ ପୁରା ପରିବାର ଧାନ କାଟିବା ଓ ବୋହିବା ଆଦି କାମରେ ଲାଗି ପଡିଛନ୍ତି।

ଅପରପକ୍ଷରେ ଜିଲ୍ଲାର ପୂର୍ବବାତ୍ୟା ଅଂଚଳକୁ ନେଇ ଉକ୍ତ ଅଂଚଳର ନୋଡାଲ ଅଧିକାରୀ ତଥା ଜିଲ୍ଲାର ଅନ୍ୟ ସବୁ ସରକାରୀ ଅଧିକାରୀଙ୍କ ଛୁଟିକୁ ବାତିଲ କରିଦେବା ସହ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତରଆଜି ୬୩୮.୫୬୦ମିଟର ୧୦୮୫୩୦ହେକ୍ଟାମିଟର ଜଳଗଚ୍ଛିତ ରହିଛି। ୩୫୨୪୧୭ମେଘାୱାଟ୍ ପ୍ରତି ଘଣ୍ଟା ବିଦ୍ୟୁତ ଉତ୍ପାଦନ ହେଉଛି। ଗତ ବର୍ଷ ଆଜିର ଦିନରେ ୬୪୦.୭୩୦ମିଟର ୧୩୧୪୪୮ହେକ୍ଟାମିଟର ଜଳ ଗଚ୍ଛିତ ରହିଥିଲା। ଜିଲ୍ଲାପାଳ ଅଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ନୋଡାଲ ଅଧିକାରୀ, ବିଡିଓ, ତହସିଲଦାର ଓ ୨ ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ପ୍ରାକଃପ୍ରସ୍ତୁତି କରି ସମ୍ଭାବ୍ୟ ବାତ୍ୟା ହେଲେ ମୁକାବିଲା କରି ଶୁନ ମୃତାହତ କରିବାକୁ କହିଛନ୍ତି।

ଜିଲ୍ଲାରେ ମୋଟ ୨,୧୮୦ ଜଣଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏପର୍ଯ୍ୟନ୍ତ କୋଷାଗୁମୁଡ଼ା ବ୍ଲକରୁ ୧୦୦ ଜଣ ଏବଂ ନବରଙ୍ଗପୁର ବ୍ଲକରୁ ୫୦ ଜଣଙ୍କୁ ୪ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ବ୍ଲକରୁ ୧୮ ଜଣ, କୋଷାଗୁମୁଡ଼ା ବ୍ଲକରୁ ୧୨ ଜଣ ଏବଂ ନନ୍ଦାହାଣ୍ଡି ବ୍ଲକରୁ ୫ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି। ଆଜି ସିଡିଓ ପ୍ରତାପ ଚନ୍ଦ୍ର ପ୍ରଧାନ,  ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରଦ୍ଧାଂଜଳୀ ମିଶ୍ର , ହିମାଂଶୁ ପଟ୍ଟନାୟକ କୋଷାଗୁମୁଡା ବ୍ଲକର ଉକିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଘାଟବାସୁଳି ଗ୍ରାମ ନିକଟରେ ଇନ୍ଦ୍ରାବତୀ ନଦୀର ଜଳସ୍ତର ନିରୀକ୍ଷଣ କରିଛନ୍ତି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button