ପାଣିପାଗ

District on high alert: ହାଇଆଲର୍ଟରେ ଜିଲ୍ଲା: ମୁକାବିଲା ପାଇଁ ସବୁ ପ୍ରସ୍ତୁତି, ଭୂସ୍ଖଳନ ଚିନ୍ତା

‘ଅକ୍‌ଭାନ୍‌’ ପାଇଁ ଗଜପତି ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ବଢ଼ିଛି। ୨୦୧୮‌ରେ ବାତ୍ୟା ‘ତିତ୍‌ଲି’ ସମୟରେ ମହେନ୍ଦ୍ରଗିରି ପାହାଡ଼ିଆ ଅଞ୍ଚଳର ବାରଘର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

ପାରଳାଖେମୁଣ୍ଡି: ‘ଅକ୍‌ଭାନ୍‌’ ପାଇଁ ଗଜପତି ଜିଲ୍ଲାରେ ଭୂସ୍ଖଳନ ଆଶଙ୍କା ବଢ଼ିଛି। ୨୦୧୮‌ରେ ବାତ୍ୟା ‘ତିତ୍‌ଲି’ ସମୟରେ ମହେନ୍ଦ୍ରଗିରି ପାହାଡ଼ିଆ ଅଞ୍ଚଳର ବାରଘର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଠାରେ ୧୫ ଜଣଙ୍କ ସମେତ ଜିଲ୍ଲାରେ ୪୩ ଜଣ ପ୍ରାଣ ହରାଇଥିଲେ। ଗତବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ଲଗାଣ ବର୍ଷା କାରଣରୁ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା।

‘ତିତ୍‌ଲି’: ଗଜପତିରେ ଯାଇଥିଲା ୪୩ ଜୀବନ
ଅର୍ଣ୍ଣବ’ରେ ଗଞ୍ଜାମ ଓ କନ୍ଧମାଳରେ ୧୬ ମୃତ

ଗତ ମାସରେ ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଲୋକେ ଭୂସ୍ଖଳନର ଭୟାବହତାକୁ ଦେଖିଥିଲେ। ଭଞ୍ଜନଗର ବ୍ଲକ୍‌ ଗିଡ଼ିପାବାଲି ଗ୍ରାମ ସଂପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଥିଲା। ୧୩ ଜଣ ନିଖୋଜ ହୋଇଯାଇଥିଲେ। ୭ ଜଣଙ୍କ ଶବ ମିଳିଲା ଓ ଆଉ ୬ ଜଣଙ୍କ ପତ୍ତା ମିଳି ନଥିଲା। ସେହିପରି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଡାଙ୍ଗେସିରେ ଭୟଙ୍କର ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣ ପ୍ରାଣ ହରାଇଥିଲେ। ଏଭଳି ପରିସ୍ଥିତିରେ ‘ଅକ୍‌ଭାନ’ ଡର ସୃଷ୍ଟି କଲାଣି। ତିନି ଜିଲ୍ଲାର ପ୍ରଶାସନ ପୂର୍ବାପେକ୍ଷା ପ୍ରସ୍ତୁତିକୁ ବ୍ୟାପକ କରିଛନ୍ତି ଓ ଭୂସ୍ଖଳନପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଛି। ଗଜପତି ଜିଲ୍ଲାରେ ପ୍ରଥମେ ୯୮ଟି ସମ୍ଭାବ୍ୟ ଭୂସ୍ଖଳନପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢ଼ି ୧୫୫ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଚଳିତବର୍ଷ ରାଜ୍ୟର ୬ଟି ଜିଲ୍ଲାର ୯୨ଟି ସ୍ଥାନରେ ଭୂସ୍ଖଳନ ଘଟି ୧୭ଜଣଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। କନ୍ଧମାଳ ଜିଲ୍ଲାର ୫୯ଟି ସ୍ଥାନରେ ଭୂସ୍ଖଳନ ଘଟିଥିବା ବେଳେ ଗଜପତିର ୧୩ଟି, କୋରାପୁଟର ୧୨ଟି, କେନ୍ଦୁଝରର ୬ଟି, ଗଞ୍ଜାମ ଓ ରାୟଗଡ଼ାର ଗୋଟିଏ ଲେଖାଏଁ ସ୍ଥାନରେ ଭୂସ୍ଖଳନ ହୋଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button