ପାଣିପାଗ

Cyclone Akvan: ବଙ୍ଗୋପସାଗରରେ ଦୁର୍ବଳ ହୋଇଗଲା କି ବାତ୍ୟା ‘ଅକଭାନ’? ଓଡ଼ିଶା-ଆନ୍ଧ୍ର ଉପକୂଳ ପାଇଁ ବିପଦ ଜାରି

ବଙ୍ଗୋପସାଗରରେ ସକ୍ରିୟ ଥିବା ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ 'ଅକଭାନ' ସ୍ଥଳଭାଗ ଆଡ଼କୁ ମୁହାଁଇଛି। ପାଣିପାଗ ବିଭାଗ ଅନୁଯାୟୀ ଝଡ଼ଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ଏବଂ ଆଜି ସନ୍ଧ୍ୟା ପୂର୍ବରୁ ଉତ୍ତର ଆନ୍ଧ୍ର ପ୍ରଦେଶ...

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ଥିବା ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଅକଭାନ’ ସ୍ଥଳଭାଗ ଆଡ଼କୁ ମୁହାଁଇଛି। ପାଣିପାଗ ବିଭାଗ ଅନୁଯାୟୀ ଝଡ଼ଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ଏବଂ ଆଜି ସନ୍ଧ୍ୟା ପୂର୍ବରୁ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଗଂଜାମ ଜିଲ୍ଲା ଗୋପାଳପୁର ନିକଟରେ ଏହା ସ୍ଥଳଭାଗ ଛୁଇଁବାର ଆଶା କରାଯାଉଛି। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପିଛା ୭୦ରୁ ୮୦ କିଲୋମିଟର ରହିପାରେ। କିନ୍ତୁ ଝଟକା ପବନ ଘଣ୍ଟା ପିଛା ୯୦କିମି ରହିପାରେ। ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ପବନର ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର ରହିବ। ଝଟକା ପବନ ଘଣ୍ଟା ପିଛା ୧୧୦ କିଲୋମିଟର ପର୍ଯ୍ୟନ୍ତ ଝଡ଼ ବହିପାରେ ବୋଲି ଆକଳନ କରିଥିଲା।

ପାଣିପାଗ ବିଭାଗ ଅନୁଯାୟୀ ଗତ ଛଅ ଘଣ୍ଟା ମଧ୍ୟରେ ବାତ୍ୟା ଘଣ୍ଟା ପିଛା ୨୧ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଭାରତୀୟ ମାନକ ସମୟ ରାତି ୨:୩୦ ସମୟରେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା। ସେହି ସମୟରେ ଏହାର ସ୍ଥିତି ୧୭.୭ ଡିଗ୍ରି ଉତ୍ତର ଅକ୍ଷାଂଶ ଏବଂ ୮୪.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଥିଲା। ଏହି ଝଡ଼ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ରୁ ପ୍ରାୟ ୧୧୦ କିଲୋମିଟର ଦକ୍ଷିଣ-ପୂର୍ବରେ, ବିଶାଖାପଟନମ୍‌ରୁ ୧୭୦ କିଲୋମିଟର ପୂର୍ବରେ, ଓଡ଼ିଶାର ଗୋପାଳପୁରରୁ ୧୭୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀରୁ ୨୫୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଥିଲା। ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ଏହାର ଦୂରତା ପ୍ରାୟ ୩୭୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଥିଲା।

ଉପକୂଳ ଆଡ଼କୁ ଆସୁଛି ବାତ୍ୟା
ପାଣିପାଗ ବିଭାଗର ସଦ୍ୟତମ ସାଟେଲାଇଟ୍ ଚିତ୍ର ଅନୁଯାୟୀ, ଝଡ଼ ସହିତ ଜଡିତ ଏକ ମେଘ ଗୁଚ୍ଛ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ଉପକୂଳରେ ପହଞ୍ଚିଛି। ଏହା ଉପକୂଳବର୍ତ୍ତୀ ଅଞ୍ଚଳକୁ ଝଡ଼ର ଆଗମନ ଆରମ୍ଭ କରିଛି। ଆକଳନ କରାଯାଉଛି ଯେ ଏହା ନଭେମ୍ବର ୨୦ ସନ୍ଧ୍ୟା ସୁଦ୍ଧା ଗୋପାଳପୁର ଚାରିପାଖରେ ଉଭୟ ରାଜ୍ୟର ଉପକୂଳ ଅତିକ୍ରମ କରିବ।

ଡପଲର୍ ରାଡାର ସହିତ ନିରନ୍ତର ନଜର
ପାଣିପାଗ ବିଭାଗ ନିରନ୍ତର ଘୂର୍ଣ୍ଣିଝଡ଼ ଅକଭାନ ଉପରେ ନଜର ରଖିଛି। ବିଶାଖାପଟନମ୍‌ ଏବଂ ଗୋପାଳପୁରରେ ଅବସ୍ଥିତ ଡପଲର୍ ପାଣିପାଗ ରାଡାର ବ୍ୟବହାର କରି ଏହାର ଗତି ଏବଂ ଦିଗ ଉପରେ ନଜର ରଖାଯାଇଛି। ବିଭାଗର ସୂଚନା ଅନୁଯାୟୀ, ଝଡ଼ର ସ୍ଥିତି ଏବଂ ଅଗ୍ରଗତି ଉପରେ ନିରନ୍ତର ନଜର ରଖାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button