Assembly Update: ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ପୋଡିୟମକୁ ବାଡେଇଲେ, ଟେବୁଲରେ ଚଢ଼ିଲେ ବିରୋଧୀ, ସାଢ଼େ ୧୧ ଯାଏ ମୁଲତବୀ

ଭୁବନେଶ୍ୱର,୨୦/୧୧: ବିରୋଧୀଙ୍କ ହଙ୍ଗାମାରେ ପ୍ରଥମ ଦିନ ଧୋଇ ଯାଇଥିଲା । ଦ୍ୱିତୀୟ ଦିନରେ ଚାଲିପାରିଲାନି। ତୃତୀୟ ଦିନରେ ବି ଧୋଇଗଲା ପ୍ରଶ୍ନକାଳ। । ବିରୋଧୀଙ୍କ ଗର୍ଜନ ଆହୁରି ତେଜିଥିଲା । ବିଜେଡି ଓ କଂଗ୍ରେସର ବରିଷ୍ଠ ବିଧାୟକ ରିପୋଟର୍ସ ଟେବୁଲ ଉପରେ ଚଢ଼ିଥିଲେ । ପୋଡିୟମ ବାଡ଼େଇ ପ୍ରତିବାଦ କଲେ । ଗଞ୍ଜାମ ବନ୍ୟା ଓ କୋଟିଆ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହେଲା । ଦିନ ସଢ଼େ ୧୧ ଯାଏ ଗୃହକୁ ମୁଲବତୀ ଘୋଷଣା କଲେ ବାଚସ୍ପତି।
ସୂଚନା ଅନୁଯାୟୀ, ଶୁକ୍ରବାର ତୃତୀୟ ଦିନରେ ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ଗତକାଲି ଭଳି ସମାନ ପ୍ରସଙ୍ଗରେ ଗୃହ ମଧ୍ୟ ଭାଗରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ । ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ନେଇ ସ୍ବତନ୍ତ୍ର ଆଲୋଚନା ପାଇଁ ବିଜେଡ଼ି ଦାବି କରିଥିଲା । ସେହିପରି କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ଗୃହ ମଧ୍ୟ ଭାଗରେ ହଟଗୋଳ କରିଥିଲା କଂଗ୍ରେସ । ବିଜେଡ଼ି ବିଧାୟକ ଧ୍ରୁବ ସାହୁ ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରିପୋର୍ଟର ଟେବୁଲ ଉପରକୁ ଚଢ଼ି ନାରାବାଜି କରିଥିଲେ । କିଛି ମିନିଟ ଗୃହ ଚାଲିବା ପରେ ସାଢେ ୧୧ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ପ୍ରଥମ ଦିନ ମାତ୍ର ୪୨ ମିନିଟ୍ ଚାଲିଥିଲା, ଦ୍ବିତୀୟ ଦିନ ମାତ୍ର ୧୪ ମିନିଟ୍ ଗୃହ ଚାଲିଥିଲା ।
ସୌଜନ୍ୟ ପ୍ରମେୟ




