Geriatric OPD: ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ନାହିଁ ଜେରିଆଟ୍ରିକ୍ ଓପିଡି, ବରିଷ୍ଠଙ୍କ ଯନ୍ତ୍ରଣା, ରାଜ୍ୟ ସରକାରଙ୍କୁ ଅଜଣା

ଭୁବନେଶ୍ୱର (ନଳିନୀ କୁମାର ରାଉତ ): ରାଜ୍ୟରେ ୩୦ ଜିଲ୍ଲା ମୁଖ୍ୟ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲ ଓ ଆଇଜିଏଚ୍ ହସ୍ପିଟାଲ ରାଉରକେଲାରେ ବରିଷ୍ଠଙ୍କ ସ୍ୱତନ୍ତ୍ର ଚିକିତ୍ସା ପାଇଁ ନାହିଁ ‘ଜେରିଆଟ୍ରିକ୍ ଓପିଡି’ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନ୍ୟାସନାଲ ପ୍ରୋଗ୍ରାମ ଫର ଦ ହେଲ୍ଥ କେୟାର ଅଫ୍ ଦ ଏଲ୍ଡରଲି (ଏନ୍ପିଏଚ୍ସିଇ) ନିୟମକୁ ଚାପି ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଫଳରେ ବରିଷ୍ଠଙ୍କ ଦେହରେ ଯେତେ ରୋଗ, ଡାକ୍ତରଙ୍କୁ ଦେଖାଇବାକୁ ସେତେ ବିଭାଗକୁ କଲବଲ ହୋଇ ଘୂରି ବୁଲୁଛନ୍ତି ।
ଜିଲ୍ଲା ମୁଖ୍ୟ ହସ୍ପିଟାଲଠାରୁ ଆରମ୍ଭ କରି ଗାଁ ଗହଳିର କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ବୟସ୍କଙ୍କ ପାଇଁ ନାହିଁ ସ୍ୱତନ୍ତ୍ର ଓପିଡି । ଦୈନିକ ହସ୍ପିଟାଲର ସାଧାରଣ ଓପିଡିରେ ସେମାନେ ସାଧାରଣ ଲୋକଙ୍କ ଲାଇନ୍ରେ ଠିଆ ହୋଇ ଡାକ୍ତର ପରାମର୍ଶ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ଯଦି ଅସ୍ଥିଶଲ୍ୟ ବିଭାଗରେ ଡାକ୍ତର ରୋଗୀଙ୍କୁ ଦେଖିଲା ପରେ ହୃଦ୍ରୋଗ ବିଭାଗରେ ଦେଖାଇବାକୁ ପରାମର୍ଶ ଦିଅନ୍ତି, ତେବେ ପୁଣି ଥରେ ହୃଦ୍ରୋ ବିଭାଗ ଓପିଡିକୁ ଯାଇ ଲାଇନରେ ଠିଆ ସେବାକୁ ପଡୁଛି । ହସ୍ପିଟାଲରେ ଏ ବାରଣ୍ଡାରୁ ସେ ବାରଣ୍ଡା ଧାଉଁଛନ୍ତି । ବରିଷ୍ଠଙ୍କ ଏହି ଯନ୍ତ୍ରଣା ସରକାରଙ୍କ ପାଖରେ ପହଞ୍ଚିପାରୁନି ।
ସୌଜନ୍ୟ ପ୍ରମେୟ




